fbpx

ଭଲ କାମ କରୁଛି ପ୍ଲାଜମା ଥେରାପି, ରାଜ୍ୟବାସୀଙ୍କୁ ନଡ଼ରି ନିଶ୍ଚିନ୍ତ ରହିବାକୁ କହିଲେ ସରକାର

ଭୁବନେଶ୍ୱର, ୩୦ା୭(ଓଡ଼ିଶା ଭାସ୍କର): କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତାଜା ଅପଡ଼େଟ ଦିଆଯାଇଛି । ଗଞ୍ଜାମ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଯଥେଷ୍ଟ ବେଡ଼ ରହିଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏହାସହ ଏହି ୩ଟି ଜିଲ୍ଲାରେ ୧୦୦୦ ବେଡ଼୍ ବଢ଼ାଯାଇଛି । ଏହାସହ ରାଜ୍ୟବାସୀଙ୍କୁ ନଡ଼ରି ନିଶ୍ଚିନ୍ତ ରହିବାକୁ କୁହାଯାଇଛି । ରାଜ୍ୟରେ ଯଥେଷ୍ଟ ପରିମାଣର କରୋନା ଔଷଧ ମହଜୁଦ ରହିଛି । ଅମ୍ଳଜାନର କୌଣସି ଅଭାବ ମଧ୍ୟ ନାହିଁ । କୋଭିଡ଼ ଭ୍ୟାକସିନ ଖୁବଶୀଘ୍ର ଆସିବ ବୋଲି ସରକାର କହିଛନ୍ତି ।
ଅନ୍ୟପଟେ ପ୍ଲାଜମା ଥେରାପି ଭଲ କାମ କରୁଛି । ୩୩ଜଣ ଗୁରୁତର ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇିଥିଲା । ୩୩ଜଣଙ୍କ ମଧ୍ୟରୁ ୨୩ଜଣ ସୁସ୍ଥ ହେଉଛନ୍ତି ଓ ୮ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ମୁକାବିଲା ପାଇଁ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ୫୪ଟି ଲାବ୍ରୋଟରୀରେ କୋଭିଡ଼ ଟେଷ୍ଟିଂ ଚାଲିଛି । ଆଣ୍ଟିଜେନ ଟେଷ୍ଟିଂ ମଧ୍ୟ ବହୁମାତ୍ରାରେ ଚାଲିଛି । ଗଞ୍ଜାମରେ ୧୫୦୦ରୁ ୨୦୦୦ ଟେଷ୍ଟିଂ କରାଯାଉଛି । ଅଧିକ ପଜିଟିଭ୍ ବାହାରିବାରୁ ଟେଷ୍ଟିଂ ବଢ଼ାଯାଇଛି । କରୋନା ଲକ୍ଷଣ ପ୍ରକାଶ ପାଇଲେ ଟେଷ୍ଟିଂ କରାଇବା ଜରୁରୀ ବୋଲି କୁହାଯାଇଛି । ଭିନ୍ନ ସମୟରେ ଜଣେ ଲୋକର ଭିନ୍ନ ରିପୋର୍ଟ ଆସିପାରେ । ତେଣୁ ରାଜ୍ୟରେ କୋଭିଡ଼ ଟେଷ୍ଟିଂ ସଠିକ ରୂପେ ଚାଲିଛି । ଏହା ଆମ ପାଇଁ ଏକ ଭଲ ଖବର ଯେ ରାଜ୍ୟର ୬୦ ବର୍ଷରୁ ଅଧିକ ମାତ୍ର ୭ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.