fbpx

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲା, ପିପୁଲ ଫର ସେବାର ୩ ସଦ୍ୟସଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଭୁବନେଶ୍ୱର,୩୧ା୭(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ କିଛି ଦିନ ବିତିଗଲାଣି । କିନ୍ତୁ ଏହି ମାମଲାର ପର୍ଦ୍ଦାଫାସ ଏପର୍ଯ୍ୟନ୍ତ ହୋଇପାରି ନାହିଁ । ତେଣୁ ଗତକାଲି ପୋଲିସ ଡିଜି ଅଭୟ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଆଜି ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ପିପୁଲ ଫର ସେବାର ୩ ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି । ଏକ ଘଣ୍ଟା ଧରି ପପୁ, ବିକାଶ ଓ ପ୍ରୀତମଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିବା ସୂଚନା ମିଳିଛି । ସେହିପରି ଗତକାଲି ମଧ୍ୟ କ୍ରାଇମବ୍ରାଞ୍ଚ ଆଦିତ୍ୟଙ୍କ ମିଳିଥିବା ମୃତଦେହ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ଷ୍ଟେସନରେ ଛାନଭିନ କରିଥିଲା ।

ଅନ୍ୟପଟେ ଜିଆରପି ପୋଲିସ ତଦନ୍ତ କରିବା ବେଳେ ଆଦିତ୍ୟଙ୍କ ଡାଏରିରେ ଲେଖାଥିବା ଡ଼େଥ ନୋଟ ତାଙ୍କ ନିଜ ହ୍ୟାଣ୍ଡରାଇଟିଂ ହୋଇଥିବା ବ୍ୟୁରୋରୁ ସ୍ପଷ୍ଟ ହୋଇଥିଲା । ଏହାସହ ଷ୍ଟେସନରେ ଥିବା ସିସିଟିଭି ଫୁଟେଜରେ ମଧ୍ୟ ସେ ଏକା ଏକା ସେହି ରୋଡ଼ରେ ଚାଲିକି ଯାଉଥିବାର ନଜର ଆସିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

Get real time updates directly on you device, subscribe now.