fbpx

ଆଜି ହୋଇପାରେ ଦେଶର ପ୍ରଥମ CDSର ଘୋଷଣା, ବିପିନ ରାୱତଙ୍କ ନାଁରେ ଲାଗିପାରେ ମୋହର

ନୂଆଦିଲ୍ଲୀ,୨୪ ।୧୨: ସ୍ଥଳସେନା, ନୌସେନା ଓ ବାୟୁସେନା ମଧ୍ୟରେ ତାଳମେଳ ରଖିବାକୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା CDSର ନାମ ଆଜି ଘୋଷଣା ହୋଇପାରେ । ଏହାର ନିଷ୍ପତ୍ତି ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଚାଲିଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା, ତିନି ସେନାର ମୁଖ୍ୟ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିଛନ୍ତି ।

ତେବେ ସୂତ୍ରରୁ ଖବର ମିଳିଛି କି, ଦେଶର ପ୍ରଥମ CDS ପାଇଁ ସ୍ଥଳସେନାର ମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କ ନାଁରେ ମୋହର ଲାଗିପାରେ ।

Get real time updates directly on you device, subscribe now.