fbpx

ନାବାଳକ ଛାତ୍ର ଚଳାଇପାରିବେନି ଗାଡ଼ି

ଭୁବନେଶ୍ୱର, ୨୫ା୧୨(ଓଡ଼ିଶା ଭାସ୍କର): ସ୍କୁଲ ପିଲା କିମ୍ବା ୧୮ବର୍ଷରୁ କମ୍ ହୋଇଥିବା ପିଲା ଗାଡ଼ି ଚଲାଉଥିଲେ ସାବଧାନ ହୋଇଯାଆନ୍ତୁ । ସେମାନଙ୍କ ପାଇଁ ଏକ ନୂଆ ଗାଇଡ଼ ଲାଇନ ଜାରି ହୋଇଛି । ସ୍କୁଲ ଓ +୨ ଛାତ୍ରଛାତ୍ରୀ ଗାଡ଼ି ଚଳାଇ ପାରିବେନି । ୧୮ବର୍ଷରୁ କମ୍ ବୟସର ପିଲା ହୋଇଥିଲେ ମଧ୍ୟ ସେମାନେ ଗାଡ଼ି ଚଳାଇ ପାରିବେନି ବୋଲି ସୂଚନା ମିଳିଛି । ଯଦି ନାବଳକ ଛାତ୍ର ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିବେ ତେବେ ଉକ୍ତ ଛାତ୍ର ଓ ଗାଡ଼ି ମାଲିକ ଜୋରିମାନା ଦେବେ । ଏନେଇ ଗାଇଡ଼ଲାଇନ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।

Get real time updates directly on you device, subscribe now.