NATIONALTOP STORIES

ବିଜେପି ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ-କାଶ୍ମୀରର ପୁଲୱାମା ସେକ୍ଟରର ବିଜେପି ନେତା ଅନୱର ଖାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏବେ ସାଧାରଣ ଲୋକ କିମ୍ବା ସୁରକ୍ଷାବାହିନୀ ଉପରେ ଆତଙ୍କବାଦୀଙ୍କ ନଜର ସୀମିତ ହୋଇ ରହିନାହିଁ । ବରଂ ଏଥିରୁ ବାଦ ପଡିନାହାନ୍ତି ଗଣତାନ୍ତ୍ରିକ ବିଧିବିଧାନରେ ଛନ୍ଦି ହୋଇଥିବା ରାଜନେତା ।

ସୂଚନା ଅନୁସାରେ ନିଜ ସୁରକ୍ଷା କର୍ମୀଙ୍କ ସହ ଅନୱାର ଖାନ ବଲହମାଠାରେ ଅର୍ସ ମେଡିକାଲ କଲେଜ ନିକଟରେ ଯାଉଥିବାବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଏହି ଆକ୍ରମଣରେ ଜଣେ ପୋଲିସ କର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।  ପୁଲିସ୍‌, ସେନା, ସିଆରପିଏଫ ଓ ଏସ୍‌ଓଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close