NATIONALTOP STORIES

ଗେଟ୍-୨୦୧୮: ଓଡ଼ିଶା’ର ଜ୍ୟୋତିରଞ୍ଜନ ବାରିକ ଅଲ୍ ଇଣ୍ଡିଆ ଟପ୍ପର

ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜ୍ୟୋତିରଞ୍ଜନ ବାରିକ। ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଗେଟ୍-୨୦୧୮ରେ ଓଡ଼ିଆ ଛାତ୍ର ଜ୍ୟୋତିରଞ୍ଜନ ବାରିକ୍ ଟପ୍ପର ହୋଇଛନ୍ତି।  ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟର କୃଷି ଯାନ୍ତ୍ରୀକ ବିଭାଗର ଚତୁର୍ଥ ବର୍ଷର ଫାଇନାଲ ସେମିଷ୍ଟାର ଛାତ୍ର ଜ୍ୟୋତିରଞ୍ଜନ ଜଣେ ମେଧାବୀ ଭାବେ ଜଣାଶୁଣା । ଜ୍ୟୋତିରଞ୍ଜନ ତାଙ୍କ ପେପରରେ  ୯୫୯ ନମ୍ବର ରଖି ଟପ୍ପର ହୋଇଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।

ଜ୍ୟୋତିରଞ୍ଜନଙ୍କ ଘର କଟକ ଜିଲ୍ଲା ଫୁଲନଖରା ଅଞ୍ଚଳରେ। ସେ କହିଛନ୍ତି ଯେ ଖଡ଼ଗପୁର ଆଇଆଇଟିରେ ମୃତ୍ତିକା ଓ ଜଳ ସଂରକ୍ଷଣରେ ଇଞ୍ଜିନିୟରିଂ କରିବେ। ତା’ପରେ ପିଏଚ୍‌ଡି କରି ବୈଜ୍ଞାନିକ ହେବେ। ସେ ଏହି ସଫଳତାର ଶ୍ରେୟ ତାଙ୍କ ବାପାଙ୍କୁ ଦେଇଛନ୍ତି। ତାଙ୍କ ଭାଇ ଓ ଶିକ୍ଷକମାନେ ତାଙ୍କୁ ବହୁତ ସହଯୋଗ କରିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close