fbpx

ପ୍ରତିଷ୍ଠା ଦିବସରେ କେନ୍ଦ୍ର ବିରୋଧରେ କଂଗ୍ରେସର ରଣହୁଙ୍କାର

ଭୁବନେଶ୍ୱର, ୨୮ା୧୨(ଓଡ଼ିଶା ଭାସ୍କର): ଆଜି କଂଗ୍ରେସ ପାଳନ କରିଛି ୧୩୫ତମ ପ୍ରତିଷ୍ଠା ଦିବସ । ସେହି ପ୍ରତିଷ୍ଠା ଦିବସରେ କେନ୍ଦ୍ର ବିରୋଧରେ କଂଗ୍ରେସ ରଣହୁଙ୍କାର ଦେଇଛି । ଏହାସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଗାଁ ଗାଁରେ ପହଞ୍ଚାଯିବ ଭାରତ ବଞ୍ଚାଅ ଏବଂ ସମ୍ବିଧାନ ବଞ୍ଚାଅ ଅଭିଯାନ । ଭାରତ ଓ ସମ୍ବିଧାନ ବଞ୍ଚିଲେ ବେକାରୀ ସମସ୍ୟା ଦୂର ହେବ । ଦେଶରେ ଶାନ୍ତି ବଜାୟ ସହ ନାରୀମାନେ ନ୍ୟାୟ ପାଇବେ । ଲୋକଙ୍କୁ ବୁଝାଇବାକୁ କଂଗ୍ରେସ ସଙ୍କଳ୍ପବଦ୍ଧ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ନିରଞ୍ଜନ କଟାକ୍ଷ କରି କହିଛନ୍ତି ଯେ ଦିଲ୍ଲୀରେ ଗୋଟେ ଚେହେରା ଓ ରାଜ୍ୟରେ ଆଉ ଗୋଟେ ଚେହେରା । ସରକାର ଲୋକଙ୍କୁ ବୋକା ବନାଉଛନ୍ତି, କିନ୍ତୁ ଲୋକେ ବୋକା ନୁହଁନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.