ODISHATOP STORIES

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ , ଗ୍ରାମବାସୀଙ୍କ ରାସ୍ତାରୋକ

ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଗଡ଼ହରିଶପୁର ଗ୍ରାମରେ ଜଣେ ୯ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ମୁତାବକ,  ନାବାଳିକା ଜଣଙ୍କ ମଙ୍ଗଳବାର ଅପରାହ୍ନରୁ ନିଖୋଜ ଥିଲେ। ପରିବାର ଲୋକ ବହୁତ ଖୋଜା ଖୋଜି କଲା ପରେ ମଧ୍ୟ ଝିଅକୁ ପାଇ ନ ଥିଲେ । ମାତ୍ର ଆଜି ସକାଳୁ ନିକଟସ୍ଥ କାଜୁ ଜଙ୍ଗଲରୁ ଝିଅର ମୃତ ଦେହକୁ ଦେଖିବାକୁ ପାଇଥିଲେ । ପରେ ପୋଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଥିଲା। କେହି ଦୁର୍ବୃତ୍ତ ତାକୁ ଅପହରଣ କରି ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଗ୍ରାମବାସୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close