NATIONALPOLITICSTOP STORIES

ଡାଟା ଲିକ୍ ମାମଲା: କଂଗ୍ରେସ ୱେବସାଇଟ୍‌ ବନ୍ଦ

କେମ୍ବ୍ରିଜ୍‌ ଆନାଲିଟିକାର ଫେସବୁକ୍‌ ତଥ୍ୟ ଚୋରି ଘଟଣା ପ୍ରଘଟ ହେଲା ପରେ ଏବେ ଭାରତୀୟଙ୍କୁ ତଥ୍ୟ ଚୋରି ନେଇ ବିଜେପି କଂଗ୍ରେସ ମଧ୍ୟରେ ଚାଲିଥିବା କାଦୁଅ ଫିଙ୍ଗା ଥମୁନାହିଁ। ବିଜେପି ପକ୍ଷରୁ କଂଗ୍ରେସ ସଭ୍ୟ ସଂଗ୍ରହ ପ୍ରାଇଁ ନିର୍ମିତ ୱେବସାଇଟର କାର୍ଯ୍ୟକାରିତାକୁ ନେଇ ବିଜେପି ପ୍ରଶ୍ନ ଉଠେଇବା ପରେ କଂଗ୍ରେସ ପକ୍ଷରୁ ୱେବସାଇଟକୁ ବନ୍ଦ କରିଦେବା ଘଟଣା ରାଜନୈତିକ ପ୍ରସଙ୍ଗରେ ପରିଣତ ହେବାରେ ଲାଗିଛି। ସେହିପରି କଂଗ୍ରେସ ଦଳ ନିଜର ଆପକୁ ପ୍ଲେଷ୍ଟୋରରୁ ହଟାଇ ଦେଇଛି। ରବିବାର ଅନୁରୂପ ତଥ୍ୟ ଚୋରି ପ୍ରସଙ୍ଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଥିବାବେଳେ ସୋମବାର ବିଜେପି ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ‘ନମୋ’ ଆପ୍‌ ଦ୍ୱାରା ଭାରତୀୟଙ୍କ ଗୋପନୀୟ ତଥ୍ୟ ଆମେରିକୀୟ କମ୍ପାନୀ ଗୁଡିକ ହାତରେ ଉପଲବ୍ଧ ହୋଇପାରୁଛି ବୋଲି ରାହୁଲ ଅଭିଯୋଗ କରିଥିଲାବେଳେ ବିଜେପି ପାଲଟା ଅଭିଯୋଗ କରିଛି । ବିଜେପି ଆଟି ସେଲ୍ ମୁଖ୍ୟ ଅମିତ୍ ମାଲଭିଆ କହିଛନ୍ତି, କଂଗ୍ରେସ ନିଜ ଦଳର ଅଫିସିଆଲ୍ ଆପ୍ ବ୍ୟବହାର କରି ବ୍ୟବହାରୀଙ୍କ ତଥ୍ୟ ସିଙ୍ଗାପୁରର ଏକ କମ୍ପାନୀକୁ ଉପଲବ୍ଧ କରାଉଛି।

ଉଲ୍ଲେଖନୀୟ କଂଗ୍ରେସର ଆପ୍ ଉପରେ ଅଭିଯୋଗ ଥିଲା ଯେ  ଏହାକୁ ମୋବାଇଲରେ ଇନ୍‌ଷ୍ଟଲ କଲେ ମୋବାଇଲରେ ଥିବା ତଥ୍ୟ ସିଂଙ୍ଗାପୁରର ଏକ କମ୍ପାନୀକୁ ମିଳି ଯାଉଥିଲା। ବିଜେପିର ଏଭଳି ଅଭିଯୋଗରେ କଂଗ୍ରେସ ଉକ୍ତ ଆପକୁ ବନ୍ଦ କରି ଦିଆଯିବା ସହ ତଥ୍ୟ ଚୋରିକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିଲେ। ଅଥଚ ଅଲିୟନ ଏଣ୍ଡରସନ୍‌ ନାମକ ଜଣେ ଟ୍ୱିଟର ଉପଭୋକ୍ତା କଂଗ୍ରେସ ଆପ ମାଧ୍ୟମରେ ବେଶ୍‌ ରୋମାଞ୍ଚକର ତଥ୍ୟ ପାଇଥିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଖୁବ୍‌ ଶୀଘ୍ର ସର୍ବ ସମ୍ମୁଖରେ ପ୍ରକାଶ କରିବେ ବୋଲି ଏଣ୍ଡରସନ୍‌ ଘୋଷଣା କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close