ODISHATOP STORIES

ପ୍ରଶ୍ନପତ୍ର ଲିକ୍‌ ଘଟଣା: ପୁଣିଥରେ ହେବ ଦଶମର ଗଣିତ ଓ ଦ୍ଵାଦଶର ଅର୍ଥନୀତି ପରୀକ୍ଷା

ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଗଣିତ ପେପର ଓ ଦ୍ୱାଦଶ ଶ୍ରେଣୀ ଇକୋନମିକ୍ସ ପେପର ଆଉଥରେ ପରୀକ୍ଷା ହେବ। ବୋର୍ଡ ଏହି ପଦକ୍ଷେପ ପରୀକ୍ଷାରେ ହୋଇଥିବା ପେପର ଲିକ୍ ଅଭିଯୋଗକୁ ଧ୍ୟାନରେ ରଖି ନେଇଛନ୍ତି। ପୁର୍ନବାର ହେବାକୁ ଥିବା ଏହି ପରୀକ୍ଷା କେବେ ହେବ ତାର ତାରିଖ ଆଗାମୀ ସପ୍ତାହାରେ ଜାରି କରାଯିବ। ସିବିଏସଇ ବିଭାଗୀୟ ୱେବସାଇଟରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ସପ୍ତାହକ ମଧ୍ୟରେ ପରୀକ୍ଷାର ନୂଆ ତାରିଖ ୱେବସାଇଟରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ମାର୍ଚ୍ଚ ୫ରୁ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି । ୨୮ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସିବିଏସଇ ମୁତାବକ ଚଳିତ ବର୍ଷ ଦଶମ ପରୀକ୍ଷାରେ ୧୬ ଲକ୍ଷ ୩୮ ହଜାର ୪୨୮ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ୧୧ ଲକ୍ଷ ୮୬ ହଜାର ୩୦୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

ପ୍ରକାଶ ଯେ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପତ୍ର ପରୀକ୍ଷା ମାର୍ଚ୍ଚ ୨୬ରେ ଏବଂ ଦଶମ ଶ୍ରେଣୀର ଗଣିତ ପରୀକ୍ଷା ମାର୍ଚ୍ଚ ୨୮ରେ ହୋଇଥିଲା। ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ରର ନକଲ ସାମାଜିକ ଗଣମାଧ୍ୟମରେ ଘୁରିବୁଲିଥିଲା । ସେହିପରି ଦଶମ ଶ୍ରେଣୀ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ମଙ୍ଗଳବାର ରାତିରେ ଲିକ୍‌ ହୋଇ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା।ପରେ ବୋର୍ଡ ପକ୍ଷରୁ ସମସ୍ତ ଯାଞ୍ଚ କରାଯାଇଥିଲା। ତେବେ ଏସବୁ ପରେ ଆଉ ଥରେ ପରୀକ୍ଷା କରାଇବାକୁ ବୋର୍ଡ ନିଷ୍ପତ୍ତି ନେଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close