ODISHATOP STORIES

ଏପ୍ରିଲ ୪ରେ ଖୋଲିପାରେ ରତ୍ନଭଣ୍ଡାର

ଆସନ୍ତା ୪ ତାରିଖରେ ଖୋଲାଯାଇପାରେ ରତ୍ନଭଣ୍ଡାର । ଏନେଇ ଆଜି ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।  ଯଦି ଯାଞ୍ଚ ସମୟରେ ଭଣ୍ଡାରରେ କୌଣସି ତ୍ରୁୂଟି ଦେଖାଯାଏ ତେବେ  କେବେ ଓ କିପରି  ଏହାର ମରାମତି ହେବ ତାହା ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ। ତେବେ ଏ ନେଇ ହାଇକୋର୍ଟରେ ଏପ୍ରିଲ ୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆସନ୍ତା ୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ ଏବଂ ଯାଂଚ କରାଯିବ । କେଉଁମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ ଏବଂ ଏଥିପାଇଁ କି ଗାଇଡ଼୍‌ଲାଇନ୍‌ ରହିବ ଏହାର ନିଷ୍ପତ୍ତି ମନ୍ଦିର ପ୍ରଶାସନ ନେବ ବୋଲି ହାଇକୋର୍ଟ କହିଛନ୍ତି । ଗତକାଲି ପରିଚାଳନା କମିଟିର ବୈଠକ ବସିିଥିଲା । ବୈଠକରେ ନିଆଯାଇଥିବା ନିଷ୍ପତି ଅନୁସାରେ ଯେଉଁମାନେ ରତ୍ନଭଣ୍ଡାରକୁ ଯିବେ ସେମାନଙ୍କ ସ୍କାନିଂ କରାଯିବ । କୌଣସି ବ୍ୟକ୍ତିଗତ ଜିନିଷ ସେମାନେ ଭିତରକୁ ନେଇପାରିବେ ନାହିଁ । ଧୋତି , ଗାମୁଛାଠାରୁ ଆରମ୍ଭ କରି ସମସ୍ତ ଜିନିଷ ଶ୍ରୀମନ୍ଦିର ପ୍ରଶାସନ ଦେବ । ରତ୍ନଭଣ୍ଡାର ଯାଞ୍ଚର ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ । ତେବେ ଅଳଙ୍କାର ଓ ଅନ୍ୟ ଜିନିଷର ଭିଡିଓଗ୍ରାଫି ହେବନାହିଁ । କେବଳ ଛାତ ଓ କାନ୍ଥର ଭିଡିଓଗ୍ରାଫି ହେବ । ଭିତରରୁ ଯିବା ଲୋକଙ୍କର ସ୍କାନିଂ ଓ ଫେସ୍କିଂ ହେବ ।ସତର୍କତା ଦୃଷ୍ଟି କୋଣରୁ, ରତ୍ନଭଣ୍ଡାର ଭିତରେ ବିଷଧର ସର୍ପ ରହିଥିବା କୁହାଯାଉଥିବା ହେତୁ ଯାଞ୍ଚ ସମୟରେ ସ୍ନେକ୍‌ହେଲପ୍‌ ଲାଇନ୍‌ଙ୍କୁ ସାଥୀରେ ନିଆଯିବ। ଏଥିସହିତ ଯେଉଁମାନେ ରତ୍ନଭଣ୍ଡାର ଭିତରକୁ ଯିବେ ସେମାନଙ୍କ ମୁଣ୍ଡରେ ଏଲ୍‌ଇଡି ହେଡ୍‌ ଲ୍ୟାମ୍ପ ଲାଗିବ ଯାହା ରତ୍ନଭଣ୍ଡାର ଭିତରକୁ ବାଟ କଡ଼ାଇବାରେ ସାହାଯ୍ୟ କରିବ। ଯାଞ୍ଚ ସମୟରେ ଯଦି କାହାରି କିଛି ଅସୁବିଧା ହୁଏ ସେମାନଙ୍କ ସୁରକ୍ଷା ପାଇଁ ରତ୍ନଭଣ୍ଡାର ବାହାରରେ ଡାକ୍ତର ଓ ଆମ୍ବୁଲାନ୍ସ ମହଜୁଦ ରହିବ।

Show More

Related Articles

Leave a Reply

Your email address will not be published. Required fields are marked *

Close