NATIONALTOP STORIES

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌: ୩୫ହଜାର ଟଙ୍କାରେ ବିକ୍ରି ହୋଇଥିଲା ପ୍ରଶ୍ନପତ୍ର

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ପ୍ରଶ୍ନପତ୍ର ଲିକ୍‌ ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମ୍‌ ବ୍ରାଞ୍ଚ୍‌ର ହସ୍ତଗତ ହୋଇଛି। ପ୍ରଶ୍ନପତ୍ର ୩୫ହଜାର ଟଙ୍କାରେ ଜଣେ ଅଭିଭାବକ କିଣିଥିଲେ। ତେବେ ୩୫ହଜାର ଟଙ୍କା ଉକ୍ତ ଅଭିଭାବକଙ୍କ ପାଇଁ ଏତେ ଅଧିକ ଥିଲା ଯେ, ଏହି ଖର୍ଚ୍ଚକୁ ଉଠାଇବା ପାଇଁ ଜଣେ ପରେ ଅନ୍ୟ ଜଣଙ୍କୁ ପ୍ରଶ୍ନପତ୍ର ବିକ୍ରି କରିବାକୁ ଆରମ୍ଭ କରିଥିଲେ ଏହି ଅଭିଭାବକ।

ପ୍ରଶ୍ନପତ୍ର ୧୦ଟି ହ୍ବାଟସ୍‌ ଆପ୍‌ ଗ୍ରୁପ୍‌ରେ ଲିକ୍‌ କରାଯାଇଥିଲା। ପ୍ରତି ଗ୍ରୁପ୍‌ରେ ପ୍ରାୟ ୫୦ ଜଣ ସଦସ୍ୟ ଥିଲେ। ସଦସ୍ୟମାନଙ୍କ ମଧ୍ୟରେ ଅଭିଭାବକ, ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଶିକ୍ଷାର୍ଥୀମାନେ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମିଳିଥିବା ତଥ୍ୟ ଅନୁଯାୟୀ ୩୫ହଜାର ଟଙ୍କାରେ ଏହି ପ୍ରଶ୍ନପତ୍ରକୁ କିଣିବା ପରେ ଏହାକୁ ବିକ୍ରି କରିବା ପାଇଁ ହ୍ୱାଟ୍ସ ଆପରେ ଏହାକୁ ଏକାଧିକ ଅଭିଭାବକଙ୍କ ନିକଟରେ ପହଞ୍ଚାଇ ଦେଇଥିଲେ ଉକ୍ତ ବ୍ୟକ୍ତି କାହାଠାରୁ ୧୦ହଜାର ତ’ କାହାଠାରୁ ୫ହଜାର ବିନିମୟରେ ହ୍ୱାଟ୍ସଆପ ଜରିଆରେ ପ୍ରଶ୍ନପତ୍ର ପହଞ୍ଚି ଯାଇଥିଲା ଅଭିଭାବକଙ୍କ ନିକଟରେ। ଏହି ସବୁ ମଧ୍ୟରେ ପ୍ରଶ୍ନ ପତ୍ର ଲିକ୍ ନେଇ ୫ ଜଣ ଛାତ୍ରଙ୍କ ଗୋଷ୍ଠୀ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଭେଟିଛନ୍ତି। ସିବିଏସଇର ଅଧ୍ୟକ୍ଷଙ୍କ ଇସ୍ତଫା ଦାବି କରି ଛାତ୍ରମାନେ କହିଛନ୍ତି ଯେ ସିବିଏସଇର ଭୁଲର ସଜା ଛାତ୍ରଙ୍କୁ ମିଳିବା ଉଚିତ୍ ନୁହେଁ। ଅନ୍ୟ ପଟେ ଦିଲ୍ଲୀରେ ପ୍ରକାଶ ଜାଭେଦକରଙ୍କ ଘର ପାଖରେ ୧୪୪ ଧାରା ଲାଗୁ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close