ODISHAPOLITICSTOP STORIES

ରାଜ୍ୟସଭାରେ ଶପଥ ନେଲେ ୩ ନବ ନିର୍ବାଚିତ ସାଂସଦ

ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଓଡିଶାର ୩ ଜଣ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଚ୍ୟୁତ ସାମନ୍ତ ଆଜି ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିର ତିନି ଜଣ ଶପଥ ନେଇଥିଲେ । ସମସ୍ତ ତିନି ସାଂସଦ ଓଡିଆରେ ଶପଥ ନେଇଥିଲେ । ପ୍ରଥମେ ପ୍ରଶାନ୍ତ ନନ୍ଦ, ଦ୍ୱିତୀୟରେ ସୈାମ୍ୟରଂଜନ ପଟ୍ଟନାୟକ ଓ ଶେଷରେ ଅଚ୍ୟୁତ ସାମନ୍ତ ଶପଥ ନେଇଥିଲେ । ଓଡ଼ିଆରେ ଶପଥ ଗ୍ରହଣ କରୁଥିବାରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ କହିଥିଲେ ଓଡ଼ିଆ ଭାରି ବଢ଼ିଆ।

Show More

Related Articles

Leave a Reply

Your email address will not be published. Required fields are marked *

Close