NATIONALTOP STORIES

କୃଷ୍ଣସାର ମୃଗ ଶିକାର ମାମଲା: ଅପରାହ୍ନ ୨ଟା ପରେ ଆସିବ ରାୟ

କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଅଭିନେତା ସଲ୍‌ମାନ ଖାଁଙ୍କ ଜାମିନ ଆବେଦନର ଶୁଣାଣି ଶନିବାର ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ରାୟ ପ୍ରକାଶ ପାଇନାହିଁ । ଅପରାହ୍ନ ୨ଟା ବେଳକୁ ସଲମାନଙ୍କୁ ଜାମିନ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇଯିବ ବୋଲି ଜଣାଯାଇଛି ।ତେବେ ସଲ୍‌ମାନଙ୍କ ଭଉଣୀ ଅଲ୍‌ବିରା କୋର୍ଟ ପରିସରରେ ବେହୋସ ହୋଇଯାଇଥିଲେ। ତାଙ୍କୁ ସଲ୍‌ମାନଙ୍କ ଅଙ୍ଗରକ୍ଷୀ ସେରା କୋର୍ଟରୁ ବାହାରକୁ ଆଣିଥିଲେ। ଅନ୍ୟପକ୍ଷେ ସଲ୍‌ମାନଙ୍କୁ ଜାମିନ ମିଳି ନ ପାରେ ବୋଲି କୁହାଯାଉଥିଲା। ଗୁରୁବାର ଦିନ ସଲମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଯିବା ବେଳେ ସଲମାନଙ୍କ ଦୁଇ ଭଉଣୀ କୋର୍ଟ ରୁମ୍‌ରେ ଉପସ୍ଥିତ ଥିଲେ।  କୋର୍ଟଙ୍କ ରାୟ ଆସିବା ପରେ ସେମାନେ କାନ୍ଦି ପକାଇଥିଲେ।

୨୦ ବର୍ଷ ତଳର ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ  ୫ ବର୍ଷର ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡ ଶୁଣାଇଥିଲେ ଯୋଧପୁର ସିଜେଏମ୍ କୋର୍ଟ lଗୁରୁବାର ଠାରୁ ସଲମାନ ଜେଲରେ ବନ୍ଦୀ ଜୀବନ କାଟୁଥିବାବେଳେ ଆଜି ତାଙ୍କର ଜାମିନ ଶୁଣାଣୀ ହୋଇ ରାୟ ସଂରକ୍ଷିତ ରହିଛି । ଆଉ ୨ଘଣ୍ଟା ଭିତରେ ରାୟ ସାମ୍ନାକୁ ଆସିଯିବ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close