NATIONALPOLITICSTOP STORIES

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପବାସ

କଂଗ୍ରେସ ପରେ ଏବେ ବିଜେପି ନେତାଙ୍କ ଅନଶନ ।ଦିଲ୍ଲୀ, ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସ୍ଥାନରେ ବିଜେପି ସାଂସଦ ଓ ମନ୍ତ୍ରୀ ଉପବାସ ଆରମ୍ଭ କରିଛନ୍ତି । ହୋ ହଲା ଯୋଗୁଁ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଥିବାବେଳେ ଏହାର ବିରୋଧ ସ୍ୱରୂପ ଏହି ଅନଶନ ହେଉଛି । ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ  କିନ୍ତୁ କୌଣସି ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ଜଣାପଡ଼ିଛି।  ମୋଦିଙ୍କୁ ସମର୍ଥନ ଜଣାଇ ବିଜେପି ସଭାପତି ଅମିତ ଶାହା ମଧ୍ୟ ଅନଶନ କରିବେ। ସେହିପରି ଭୁବନେଶ୍ୱରରେ ରାଜ୍ୟ ବିଜେପି କର୍ମୀମାନେ ଉପବାସ ପାଳନ କରିଥିବା ବେଳେ ସୁନ୍ଦରଗଡରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅନଶନ କରିଛନ୍ତି ।

ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ଗୃହମନ୍ତ୍ରୀ ରାଜନାଥ ସିଂହ, ପିୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀଠାରେ ଉପବାସ କରୁଥିବାବେଳେ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ, ମେନକା ଗାନ୍ଧୀ, ସାଂସଦ ମିନାକ୍ଷୀ ଲେଖି ଦିଲ୍ଲୀ ହନୁମାନ ମନ୍ଦିରରେ ଉପବାସ ରଖିବେ ।

Show More

Related Articles

Leave a Reply

Your email address will not be published. Required fields are marked *

Close