fbpx

ବଳତ୍କାରୀ ବାପାକୁ ମିଳିଲା ଫାଶୀଦଣ୍ଡ

ଗୁଜୁରାଟ,୧୦ ।୧: କାମନା ଆଗରେ ନିଜ ଝିଅକୁ ବଳି ପକାଇଲା ପିତା । ଏନେଇ ଗୁଜୁରାଟର ସୁରତରେ ଓଡିଆ ବ୍ୟକ୍ତିକୁ ମିଳିଲା ଫାଶୀଦଣ୍ଡ । ଓଡିଆ ବ୍ୟକ୍ତି ଟୁକୁନା ଓରଫ ବୁଧିଆ ଦାସକୁ ଫାଶୀଦଣ୍ଡ ଶୁଣାଇଲେ ସୁରତ ଜିଲ୍ଲା କୋର୍ଟ । ନିଜ ଝିଅକୁ ବଳତ୍କାର ଓ ହତ୍ୟା ମାମଲାରେ ଟୁକୁନାକୁ ଫାଶୀ ଦଣ୍ଡାଦେଶର ଆଦେଶ ଦିଆଯାଇଛି ।

ତେବେ ୨୦୧୭ ଏପ୍ରିଲ ୩୦ରେ ସୁରତରେ ଏହି ହତ୍ୟାକାଣ୍ଡ କରିଥିଲା ବୁଧିଆ । ପାପ ଲୁଚାଇବା ଲାଗି ଝିଅକୁ ତଣ୍ଟି ଚିପି ହତ୍ୟା କରିଥିଲା ବୁଧିଆ । ମୃତ୍ୟୁ ବେଳେ ଗର୍ଭବତୀ ଥିଲା ବୁଧିଆର ୧୪ ବର୍ଷିୟା ନାବାଳିକା ଝିଅ । ନାବାଳିକାର ଗର୍ଭସ୍ଥ ଶିଶୁ ବୁଧିଆର ହୋଇଥିବା ଡିଏନ ପରୀକ୍ଷାରୁ ସ୍ପଷ୍ଟ ଜଣାପଡିଥିଲା । ବୁଧିଆର ଅପରାଧକୁ ବିରଳ ଦର୍ଶାଇ ଏପରି ସଜା ଶୁଣାଇଛନ୍ତି କୋର୍ଟ ।

Get real time updates directly on you device, subscribe now.