fbpx

ନିର୍ଭୟା ମାମଲା, ୧୪ରେ ହେବ କ୍ୟୁରେଟିଭ ପିଟିସନର ଶୁଣାଣି

ନୂଆଦିଲ୍ଲୀ, ୧୧ା୧: ନିର୍ଭୟା ମାମଲାରେ ଦାଖଲ ହୋଇଥିବା କ୍ୟୁରେଟିଭ ପିଟିସନର ଆସନ୍ତା ୧୪ ଶୁଣାଣି ହେବ । ଡ଼େଥ ୱାରେଣ୍ଟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଦୋଷୀ ବିନୟ କୁମାର । ଏନେଇ ସେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ୪ଜଣ ଦୋଷୀଙ୍କୁ ଗତ ୭ତାରିଖ ଦିନ ପଟିଆଲା ହାଉସ କୋର୍ଟ ମୃତ୍ୟୁର ପରୱାନା ଦେଇଥିଲେ । ଫାଶୀରେ ଝୁଲିବେ ଦୋଷୀ ଅକ୍ଷୟ, ପୱନ, ମୁକେଶ ଓ ବିନୟ । ଜାନୁଆରୀ ୨୨ତାରିଖ ସକାଳ ୭ଟାରେ ଦୋଷୀମାନେ ଫାଶୀ ପାଇବେ ।

Get real time updates directly on you device, subscribe now.