fbpx

ଆଇଏଏସ ବିଜୟ କେତନଙ୍କ ଜାମିନ ଖାରଜ

ଭୁବନେଶ୍ୱର, ୧୩ା୧(ଓଡ଼ିଶା ଭାସ୍କର): ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କ ଜାମିନ ଖାରଜ ହୋଇଛି ।

ଉଲ୍ଲେଖଯୋଗ୍ୟ ଆଇଏଏସ ବିଜୟ କେତନ ଉପାଧ୍ୟାୟ ୧ଲକ୍ଷ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ । ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି । ଏହାପୂର୍ବରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ପ୍ରସଙ୍ଗରେ ତଥ୍ୟ ଦେଇଥିଲା ଭିଜିଲାନ୍ସ । ବିଜୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଥିଲା ସାଙ୍ଘାତିକ ତଥ୍ୟ ।

୨୦୧୨ରୁ ୨୦୧୯ ଭିତରେ ୩ଟି ଖାତାରେ ୭୦ଲକ୍ଷ ଟଙ୍କା ଜମା ହୋଇଥିଲା । ଉଭୟ କାଉଣ୍ଟର ଓ କ୍ୟାସ ଜମା ମେସିନ ଜରିଆରେ ଟଙ୍କା ଜମା ହୋଇଥିଲା । ଏହାସହ ସେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଥିବା ବେଳେ ଜମା ହୋଇଥିଲା ୨୨ଲକ୍ଷ । ଗୋଟିଏ ଦିନରେ ଏକାଧିକବାର ଆକାଉଣ୍ଟରେ ଟଙ୍କା ଜମା ହୋଇଥିଲା ।

Get real time updates directly on you device, subscribe now.