BLOGTOP STORIES

ଆସନ୍ତୁ ଜାଣିବା ନିତ୍ୟ ବ୍ୟବହାର୍ଜ୍ୟ ମେଥି ର ଦରକାରୀ ଓ ଉପଚାରି ଗୁଣ

ଅନେକ ରୋଗକୁ ହରଣ କରିଥାଏ ମେଥି । ଏହାର ବ୍ୟବହାର ପୁରାତନ କାଳରୁ ରହି ଆସିଛି । ଆୟୁର୍ବେଦରେ ମଧ୍ୟ ଏହାର ଭୂମିକା ଅନନ୍ୟ । ଏହାର ବ୍ୟବହାର କେବଳ ସ୍ୱାଦ ବଢାଇବା ଲାଗି ନୁହେଁ , ସୌନ୍ଦର୍ଯ୍ୟ ବଢାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ । ତେବେ ଜାଣନ୍ତୁ ନିତ୍ୟ ବ୍ୟବହାର୍ଜ୍ୟ ମେଥି ଆମର କି କି ଉପକାର ଆଉ ଉପଚାରରେ ଆସିଥାଏ ।

• ଯଦି ଆପଣଙ୍କ ଚୁଟି ଝଡି ପତଳା ହୋଇଗଲାଣି ତେବେ ନଡିଆ ତେଲରେ ମେଥିକୁ ପକାଇ ସିଝାଇ ଦିଅନ୍ତୁ । ଏହି ତେଲକୁ ରାତି ସାରା ରଖି ପରଦିନ ସକାଳେ ଲଗାନ୍ତୁ । ଏପରି ନିୟମିତ କଲେ ବାଳ ଝଡିବା କମି ଯାଇଥାଏ । ମୁଣ୍ଡରେ ମେଥି ଦାନାର ପେଷ୍ଟ ଲଗାଇଲେ ଚୁଟି କଳା ହେବା ସହ ଘନ ହୋଇଥାଏ ।

• ଗୋଟିଏ ଚାମଚ୍ ଲମ୍ବୁ ରସ, ମହୁ ସହ ମେଥିକୁ ଖାଇବା ଦ୍ୱାରା ଥଣ୍ଡା, ଜ୍ୱର, କାଶ ଏବଂ ଗଳାକଷ୍ଟରୁ ରକ୍ଷା ମିଳିଥାଏ ।

• ନିଜର ପ୍ରତିଦିନର ଖାଦ୍ୟରେ ଯଦି କିଛି ମେଥିକୁ ନିଅନ୍ତି ତେବେ ଏହା ଅମ୍ଳରୁ ରକ୍ଷା କରିବା ସହ ଛାତି ପୋଡାଜଳାରୁ ରକ୍ଷା କରିଥାଏ । ତେବେ ମେଥିର ବ୍ୟବହାର ପୂର୍ବରୁ ତାକୁ ପାଣିରେ ଭିଜାଇ ରଖନ୍ତୁ ।

• ମଧୁମେହ ଠାରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ପ୍ରତିଦିନ ଏକ ଚାମଚ ମେଥିଦାନା ପାଉଡର୍ ପାଣି ସହ ସେବନ କରନ୍ତୁ ।ଏବଂ ଏକ ଚାମଚ ମେଥିକୁ ଗୋଟେ କପ୍ ପାଣିରେ ରାତିସାରା ଭିଜାଇ ରଖନ୍ତୁ । ସକାଳୁ ଏହି ପାଣିକୁ ପିଅନ୍ତୁ । ଏହା ଦ୍ୱାରା ଓଜନ ମଧ୍ୟ ସନ୍ତୁଳିତ ରହିଥାଏ ।

Show More

Related Articles

Leave a Reply

Your email address will not be published. Required fields are marked *

Close