fbpx

ମୁଖ୍ୟମନ୍ତ୍ରୀଙ୍କୁ ତେଲି ସମାଜର ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୦ ।୧(ଓଡିଶା ଭାସ୍କର): ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସବୁଜ ସଂକେତ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପକୁ ତେଲି ସମାଜ ସ୍ୱାଗତ କରିଛି । ଏନେଇ ଆଜି ତେଲି ସମାଜର ରାଜ୍ୟ ସଭାପତି ରଘୁନାଥ ସାହୁଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ତେଲିମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ତେବେ ଓଡିଶାରେ ଥିବା ୭୦ ଲକ୍ଷ ତେଲିମାନଙ୍କୁ ନେଇ ଏକ ପ୍ରମୁଖ ପଛୁଆ ବର୍ଗ ଜାତି ଭାବେ ଗଣାଯାଏ । ଜାତିଗତ ଜନଗଣନା ଦ୍ୱାରା ବିଭିନ୍ନ ଜାତିର ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ସୂଚନା ମିଳିପାରିବ । ବିଶେଷକରି ତେଲି ସମ୍ପ୍ରଦାୟର ଲୋକମାନେ ଭବିଷ୍ୟତରେ ଏଥିରେ ଲାଭବାନ୍ ହେବେ ।

Get real time updates directly on you device, subscribe now.