ODISHATOP STORIES

ଆସନ୍ତାବର୍ଷରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା

ଆସନ୍ତାବର୍ଷ ଠାରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା। ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଚନ୍ତି। ସେ କହିଛନ୍ତି, ଆସନ୍ତାବର୍ଷରୁ ସିବିଏସ୍ଇ ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ। ସେଥିରେ ଓଏମ୍ଆର୍ ବ୍ୟବସ୍ଥା ରହିବନି। ଓଏମ୍ଆର୍ ବଦଳରେ ପରୀକ୍ଷାର୍ଥୀ ୧୦ ମାର୍କ ଲେଖାଏଁ ୫ ପ୍ରକାର ପ୍ରଶ୍ନର ଉତ୍ତର ଲେଖିବେ।  ଏବେ ପିଲାମାନେ ଓଏମ୍‌ଆର୍‌ ଢାଞ୍ଚାରେ ୫୦ ମାର୍କ ପରୀକ୍ଷା ଦେଉଛନ୍ତି।

ନୂଆ ଢାଞ୍ଚାକୁ ଚୂଡ଼ାନ୍ତ ରୂପରେଖ ଦେବାକୁ ବୋର୍ଡ ସଭାପତିଙ୍କ ନେତୃତ୍ୱରେ କମିଟି ଗଠନ କରାଯାଇଛି। ଏଥିରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଗଣଶିକ୍ଷା ସଚିବ, ଜଣେ ବା ୨ ଜଣ ଡିଇଓ  ଏବଂ ୩ ଜଣ ଶିକ୍ଷାବିତଙ୍କୁ ନେଇ ୬ରୁ ୭ ଜଣ ସଦସ୍ୟ ରହିବେ। ଏହି କମିଟି ମାସକ ମଧ୍ୟରେ ରିପୋର୍ଟ ଦେବା ପରେ ମାଟ୍ରିକ ପରୀକ୍ଷା ପାଇଁ ନୂଆ ଢାଞ୍ଚାର ରୂପରେଖ ଚୂଡ଼ାନ୍ତ ହେବ ବୋଲି ମହାପାତ୍ର କହିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close