ODISHATOP STORIESWEATHER

ମାଡ଼ି ଆସୁଛି ବର୍ଷା: ୧୭ ଜିଲ୍ଲାକୁ ସତର୍କ ସୂଚନା; ତାତିରୁ ମିଳିବ ଆଶ୍ୱସ୍ତି: ଚଳିତବର୍ଷ ଆଗୁଆ ଆସିପାରେ ମୌସୁମୀ

ଆଜି କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗ ରାଜ୍ୟର ୧୭ ଜିଲ୍ଲାକୁ ସତର୍କତା ଜାରି କରିଛି ନୂଆପଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର   ମାଲକାନଗିରି ପାଇଁ ସତର୍କତା ଜାରି କରାଯାଇଛି

ଏହି ସବୁ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି।  ଦିନ ୧ଟା ଯାଏଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ବର୍ଷାବେଳେ ୫୦ରୁ ୬୦ କିଲୋମଟର ବେଗରେ ପବନ ବହିବା ସମ୍ଭାବନା ରହିଛି

ଗ୍ରୀଷ୍ମ ପ୍ରକୋପରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ରାଜ୍ୟବାସୀଙ୍କୁ ଏଥିରୁ ଆଶ୍ୱସ୍ତି ମିଳିବ। ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ଆଗୁଆ ପହଞ୍ଚିପାରେ। ପାଣିପାଗ ବିଜ୍ଞାନୀମାନେ ଏମିତି ପୂର୍ବାନୁମାନ କଲେଣି। ଯଦିଓ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଯାଏ ନିର୍ଦିଷ୍ଟ ତାରିଖ ସଂପର୍କରେ ସୂଚନା ଦେଇନାହିଁ, କିନ୍ତୁ ପାଖାପାଖି ଏକ ସପ୍ତାହ ଆଗୁଆ କେରଳ ଛୁଇଁବ ବୋଲି ଆଶା କରାଯାଉଛି। ଗତାକଲି ଅନ୍ୟ ଏକ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ସ୍କାଏମେଟ ପୂର୍ବାନୁମାନ କରି ୨୮ ତାରିଖ ସୁଦ୍ଧା ମୌସୁମୀ କେବଳ ପହଞ୍ଚିବାର ସମ୍ଭାବନା ଥିବା କହିଛି। ସାଧାରଣତଃ ଜୁନ୍ ପହିଲା ବେଳକୁ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥାଏ। ଏଣୁ ଓଡ଼ିଶାରେ ମଧ୍ୟ ମୌସୁମୀ ନିର୍ଦିଷ୍ଟ ସମୟ ଆଗରୁ ପହଞ୍ଚିବା ସମ୍ଭାବନା ଅଧିକ।

ଚଳିତବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ପୂର୍ବରୁ ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ସ୍କାଏମେଟ ପୂର୍ବାନୁମାନ କରି ସାରିଛନ୍ତି। ଏଥର ଭଲ ବର୍ଷା ହେବ ବୋଲି ପୂର୍ବରୁ କୁହାଯାଇଥିବା ବେଳେ ଆଗୁଆ ମୌସୁମୀ କୃଷକଙ୍କ ପାଇଁ ଖୁସି ଖବର ଆଣିବ ବୋଲି କୁହାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Close