fbpx

ବାଟବଣା ହାତୀ, ନେଇଗଲା ଦୁଇ ଜୀବନ

ଯାଜପୁର, ୨୩ା୧(ଓଡ଼ିଶା ଭାସ୍କର): ଯାଜପୁର ରୋଡ଼ ସ୍ଥିତ ଗୋଡିପାଟଣାରେ ହାତୀ ଆତଙ୍କ ଦେଖାଦେଇଛି । ଗାଁର ଦୁଇ ଜଣଙ୍କୁ ଦଳି ମାରି ଦେଇଛି ଉନ୍ମତ୍ତ ହାତୀ । ଗୋଡ଼ିପାଟଣା ପରେ ଗୁରୁସାହିରେ ହାତୀ ପଶିଥିଲା । ସେଠାରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ହାତୀକୁ ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.