fbpx

ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ଦୋଷୀଙ୍କ ପରିବାରକୁ ଶେଷ ଚିଠି

ନୂଆଦିଲ୍ଲୀ, ୨୪ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରି ଦୋଷୀଙ୍କ ପରିବାରକୁ ଆଜି ଶେଷ ଚିଠି ଲେଖାଯାଇଛି । ଦୋଷୀଙ୍କ ପରିବାରକୁ ଚିଠି ଲେଖିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଦୋଷୀଙ୍କୁ ଶେଷ ଦେଖା କରିବାର ଥିଲେ ସମ୍ପର୍କୀୟ କରିପାରିବେ ବୋଲି ଚିଠିଲେ ଉଲ୍ଲେଖ କରାଯାଇଛି । ଫେବ୍ରୁଆରୀ ୧ସକାଳ ୬ଟାରେ ଚାରି ଦୋଷୀଙ୍କୁ ଫାଶି ଦିଆଯିବ ।
ସେହିପରି ଗତକାଲି ୪ଦୋଷୀଙ୍କୁ ଶେଷ ଇଚ୍ଛା ପଚରାଯାଇଥିଲା । ଶେଷ ଇଚ୍ଛାକୁ ପଚାରି ବୁôଝଥିଲେ ତିହାର ଜେଲ କର୍ତ୍ତୃପକ୍ଷ । ମୃତ୍ୟୁ ପୂର୍ବରୁ ସମ୍ପର୍କୀୟଙ୍କ ସହ ଦେଖା କରିବା ନେଇ ଏବଂ ଧାର୍ମିକ ପୁସ୍ତକ ପଢ଼ିବାକୁ ଚାହୁଁଛନ୍ତି କି ବୋଲି ପଚରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ନିର୍ଭୟା ମାମଲାର ୪ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା । ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନ ପକ୍ଷରୁ ଗୃହ ମନ୍ତ୍ରାଳୟକୁ ଅବଗତ କରାଯାଇଥିଲା । ଏହାସହ ଫାଶୀଦଣ୍ଡ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିଲା । ତେଣୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ନୂଆ ଡ଼େଥ ୱାରେଣ୍ଟ ଜାରି କରାଯାଇଥିଲା । ଜାନୁଆରି ୨୨ତାରିଖ ବଦଳରେ ଫେବୃଆରୀ ୧ ତାରିଖ ଦିନ ସକାଳ ୬ଟାରେ ଅକ୍ଷୟ, ପୱନ, ବିନୟ, ମୁକେଶ ୪ଦୋଷୀଙ୍କୁ ଫାଶୀ ଦିଆଯିବ । ତିହାର ଜେଲରେ ସେମାନଙ୍କୁ ଫାଶୀ ଦିଆଯିବା ସହ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଇଥିବା ସୂଚନା ରହିଛି।

Get real time updates directly on you device, subscribe now.