BLOGTOP STORIES

ଖରାଦିନେ କମ୍‌ ପାଣି ପିଇଲେ ଏହି ସବୁ ସମସ୍ୟା ଭୋଗିବେ ?

ସୁସ୍ଥ ରହିବା ପାଇଁ ଦୈନିକ ଜଣେ ପୁରୁଷ ୩ ଲିଟର ଓ ଜଣେ ମହିଳା ୨ ଲିଟର ପାଣି ପିଇବା ଉଚିତ, ଅର୍ଥାତ ଅତି କମ୍‌ରେ ୮-୧୦ ଗ୍ଲାସ୍‌ ପାଣି ପିଇବା ଦରକାର। ଯଦି ଆମେ ଏହା ଠାରୁ କମ୍‌ ପାଣି ପିଉ ତାହେଲେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ହୋଇପାରେ। ଜାଣନ୍ତୁ କମ୍‌ ପାଣି ପିଇଲେ କଣ ହୋଇଥାଏ ସମସ୍ୟା।

ତେବେ ଜାଣନ୍ତୁ ଖରା ଦିନେ କମ୍‌ ପାଣି ପିଇଲେ କି କି ସମସ୍ୟା ଭୋଗିବେ?

ଅମ୍ଳଦୋଷ:- ଶରୀରରେ ଠିକ ପରିମାଣରେ ପାଣି ନଥିଲେ ଖାଦ୍ୟର ହଜମ ଠିକ ଭାବେ ହୋଈନଥାଏ । ଏହା ଅମ୍ଳଦୋଷ ସୃଷ୍ଠି କରେ ।

ପରିସ୍ରାଗତ ସଂକ୍ରମଣ: କମ୍‌ ପାଣି ପିଇଲେ ଶରୀରରୁ ମଇଳା ବାହାରି ପାରି ନ ଥାଏ। ଏଥିରେ ପରିସ୍ରାଗତ ସମସ୍ୟା ବଢ଼ିପାରେ।

ହୃତ୍‌ପିଣ୍ଡର ବେଗ ବଢ଼ିବା: କମ୍‌ ପାଣି ପିଇଲେ ହୃତ୍‌ପିଣ୍ଡରୁ ମସ୍ତିଷ୍କକୁ ଅମ୍ଲଜାନ ପହଞ୍ଚାଇବା ପାଇଁ ଅଧିକ ପରିଶ୍ରମ ଲୋଡ଼ା ହୋଇଥାଏ। ଏମିତିରେ ହୃତ୍‌ପିଣ୍ଡର ବେଗ ଅଚାନକ ବଢ଼ିଯାଏ।

ଆଖି ପୋଡ଼ିବା: କମ୍‌ ପାଣି ପିଇଲେ ଆଖିର ଶୁଷ୍କତା ବଢ଼ିଥାଏ। ଏହା ଫଳରେ ଆଖି ପୋଡ଼ିବା ସହ ଦରଜ ହୋଇଥାଏ।

କ୍ଳାନ୍ତ ଲାଗିବା: କମ୍‌ ପାଣି ପିଇଲେ ମସ୍ତିଷ୍କକୁ ପୂର୍ଣ୍ଣ ଶକ୍ତି ମିଳି ନ ଥାଏ। ଏମିତି ସ୍ଥିତିରେ କାମ କରିବା ପାଇଁ ମସ୍ତିଷ୍କକୁ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିଥାଏ, ଯାହା ଫଳରେ କ୍ଳାନ୍ତି ବଢ଼ିପାରେ।

ମୁଣ୍ଡ ବୁଲେଇବା: କମ୍‌ ପାଣି ପିଇବା କାରଣରୁ ଶରୀରର ଶକ୍ତିସ୍ତର କମ୍‌ ହୋଇଯାଏ। ମୁଣ୍ଡ ମଧ୍ୟ ବୁଲେଇ ପାରେ।

ମୁଣ୍ଡ ବିନ୍ଧିବା: କମ୍‌ ପାଣି ପିଇଲେ ମସ୍ତିଷ୍କ ଠିକ୍‌ ଭାବେ କାମ କରିପାରେ ନାହିଁ। ଏହା ଯୋଗୁଁ ମୁଣ୍ଡବିନ୍ଧା ହୋଇପାରେ।

ଏକାଗ୍ରତାରେ ଦୁର୍ବଳତା: ମସ୍ତିଷ୍କ ୭୦ ପ୍ରତିଶତରୁ ଅଧିକ ପାଣିରେ ତିଆରି ହୋଇଛି। କମ୍‌ ପାଣି ପିଇଲେ ଏହା ଠିକ୍‌ ଭାବେ କାମ କରିପାରେ ନାହିଁ, ଯାହା ଫଳରେ କୌଣସି ନିର୍ଦ୍ଧିଷ୍ଟ ବା ଗୋଟିଏ ଜିନିଷରେ ଧ୍ୟାନ ରହେ ନାହିଁ।

Show More

Related Articles

Leave a Reply

Your email address will not be published. Required fields are marked *