BLOGTOP STORIES

ବିନା କାର୍ଡରେ ବି ଏଟିଏମରୁ ଉଠିବ ଟଙ୍କା, ଜାଣନ୍ତୁ ଏହାର ବ୍ୟବହାର ପ୍ରକ୍ରିୟା

ଯଦି ଆପଣ ଭୁଲବଶତଃ ଆପଣଙ୍କର ଏଟିଏମ କାର୍ଡକୁ ଘରେ ଛାଡି ଆସିଛନ୍ତି ଆଉ ଆପଣଙ୍କୁ ଟଙ୍କାର ବହୁତ ଆବଶ୍ୟକତା ରହିଛି ତେବେ ଆପଣଙ୍କୁ ଏଥିପାଇଁ ଆଦୌ ବ୍ୟସ୍ତ ହେବାକୁ ପଡିବ ନାହିଁ । କାରଣ ଏବେ ଆପଣ ଏହି କାମ ବିନା କାର୍ଡରେ ବି କରିପାରିବେ । ଅର୍ଥାତ୍ ଏଣିକି ଆପଣ ବିନା ଏଟିଏମ କାର୍ଡରୁ ବି ମେସିନରୁ ଟଙ୍କା ଉଠାଇପାରିବେ । ବଡ କଥା ହେଲା କି ଏଥିପାଇଁ ଆପଣଙ୍କୁ ବ୍ୟାଙ୍କକୁ କୌଣସି ଅତିରିକ୍ତ ଚାର୍ଜ ମଧ୍ୟ ଦେବାକୁ ପଡିବ ନାହିଁ । ବରଂ ଏହି ସେବାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଗୋଟିଏ ଛୋଟିଆ କାମ କରିବାକୁ ପଡିବ । ଏହି କାମ କରିବା ପରେ ଆପଣ ଯେକୌଣସି ସମୟରେ ବି ନିଜ ଖାତାରୁ ବିନା କାର୍ଡରେ ଟଙ୍କା ଉଠାଇ ପାରିବେ ।

ବିନା କାର୍ଡ ଏଟିଏମରୁ ଟଙ୍କା ଉଠାଇବା ଭଳି ସୁବିଧାର ଲାଭ ଉଠାଇବାକୁ ହେଲେ ଆପଣଙ୍କୁ ସର୍ବପ୍ରଥମେ ଆପଣଙ୍କର ବ୍ୟାଙ୍କରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଆପଣ ଏହି ରେଜିଷ୍ଟେସନ ବ୍ୟାଙ୍କ ଶାଖାକୁ ଯାଇ କିମ୍ବା ଇଂଟରନେଟ ବ୍ୟାଙ୍କିଂର ସହାୟତାରେ କରିପାରିବେ । ରେଜିଷ୍ଟେସନ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ବ୍ୟାଙ୍କ ତରଫରୁ ଆପଣଙ୍କୁ ୪ ଅଙ୍କ ବିଶିଷ୍ଟ ଏକ ପିନ ନମ୍ବର ପ୍ରଦାନ କରାଯିବ । ଯାହାକି ଏଟିଏମ କାର୍ଡର ପିନ ଭଳି କାମ କରିଥାଏ । ଏହି ପିନକୁ ଖାତାଧାରକ ଟ୍ରାନଜାକସନ ସିକ୍ୟୁରିଟି ପିନ କିମ୍ବା ଅଥରିଟି କୋଡ ଆଧାରରେ ବ୍ୟବହାର କରିପାରିବେ ।

ବ୍ୟାଙ୍କ ସହ ରେଜିଷ୍ଟେସନ ପ୍ରକ୍ରିୟା ଶେଷ କରିବା ପରେ ଏହି ସୁବିଧାର ଲାଭ ଉଠାଇବା ପାଇଁ ହେଲେ ଆପଣଙ୍କ ମୋବାଇଲ ଫୋନରେ ବ୍ୟାଙ୍କର ଆପ୍ଲିକେସନ ଡାଉନଲୋଡ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଏସଏମଏସର ବିକଳ୍ପ ମଧ୍ୟ ଦିଆଯିବ । ଏହି ଆପକୁ ଡାଉନଲୋଡ କରିବା ପରେ ଆପଣଙ୍କ ମୋବାଇଲରେ ଏହି ଆପର ୱେବ ଲିଙ୍କ ପଠାଯିବ । ଏହି ଜରିଆରେ ଆପଣଙ୍କୁ ଏକ ପାସୱାର୍ଡ ପ୍ରସ୍ତୁତ କରିବାକୁ ପଡିବ । ଏହି ପାସୱାର୍ଡ ଜରିଆରେ ଆପଣ ଏଟିଏମରୁ ବିନା କାର୍ଡରେ ଟଙ୍କା ଉଠାଇ ପାରିବେ ।

ପାସୱାର୍ଡ ତିଆରି କରିବା ପରେ ଏଟିଏମରୁ ବିନା କାର୍ଡରେ ଟଙ୍କା ଉଠାଇପାରିବେ । ଆପଣଙ୍କୁ ଏଟିଏମକୁ ଯାଇ ମେସିନରୁ “କ୍ୟାସ ଅନ୍ ମୋବାଇଲ” ଅପସନକୁ ଚୟନ କରିବାକୁ ପଡିବ । ଏହି ଅପସନ ସାମ୍ନାକୁ ଆସିବା ପରେ ଆପଣଙ୍କୁ ଆପଣଙ୍କର ଏହି ପାସୱାର୍ଡ ଏଂଟର କରିବାକୁ ହେବ ଆଉ ପାସୱାର୍ଡ ଏଂଟର କରିବା ପରେ ଆପଣଙ୍କୁ ଟଙ୍କା ମିଳିଯିବ । ତେବେ ଏହି ଅପସନ ଜରିଆରେ ଆପଣ କେବଳ ୫୦୦୦ ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ ।

ଏଠାରେ ଆମ କହି ରଖୁଛୁ କି, ଏହି ସେବା ବର୍ତ୍ତମାନ ଦେଶର ସମସ୍ତ ବ୍ୟାଙ୍କଗୁଡିକରେ ଆରମ୍ଭ ହୋଇପାରିନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *