NATIONALPOLITICSTOP STORIES

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କୁମାରସ୍ୱାମୀ

ଜେଡିଏସ୍‌ ନେତା ଏଚ୍‌ଡି କୁମାରସ୍ୱାମୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆଜି ଅପରାହ୍ନ ୪ଟା ୩୦ ମିନିଟ ସମୟରେ ଶପଥ ନେଇଛନ୍ତି। କର୍ଣ୍ଣାଟକ ବିଧାନ ସୌଧ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ବାଜୁଭାଇ ଭାଲା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହାସହ କଂଗ୍ରେସର ଜି.ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ମେ ୨୪ ତାରିଖରେ ନବନଯୁକ୍ତ ମୁଖ୍ୟମନ୍ତ୍ରୀ ବିଧାନସଭାରେ ତାଙ୍କ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇସାରିବା ପରେ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ସହ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହେବ ବୋଲି ଜେଡିଏସ୍‌- କଂଗ୍ରେସ ମେଣ୍ଟ ପକ୍ଷରୁ କୁହାଯାଇଛି। କର୍ଣ୍ଣାଟକ କ୍ୟାବିନେଟରେ ୩୪ଟି ମନ୍ତ୍ରୀ ପଦ ରହିଥିବା ବେଳେ ଏଥିମଧ୍ୟରୁ କଂଗ୍ରେସ ଭାଗରେ ୨୨ଟି ଓ ଜେଡିଏସ୍‌ ଭାଗରେ ୧୨ଟି ମନ୍ତ୍ରୀ ପଦ ପଡ଼ିଛି। ଏଥିସହ ବାଚସ୍ପତି ପଦବୀ କଂଗ୍ରେସ ହାତକୁ ଯାଇଥିବା ବେଳେ ଉପ ବାଚସ୍ପତି ପଦବୀ ଜେଡିଏସ୍‌ ନିକଟରେ ରହିଛି।

ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ପ୍ରମୁଖ ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କୁମାରସ୍ୱାମୀଙ୍କ ପିତା ଏଚ୍‌ଡି ଦେବଗୌଡ଼ା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ପ୍ରମୁଖ ମାୟାବତୀ ଯୋଗ ଦେଇଥିଲେ।

ଏମାନଙ୍କ ବ୍ୟତୀତ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଆରଏଲ୍‌ଡି ପ୍ରମୁଖ ଅଜିତ ସିଂହ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ଏନ୍‌ସିପି ପ୍ରମୁଖ ଶରଦ ପାୱର ମଧ୍ୟ ସାମିଲ ହୋଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close