fbpx

ମାଡି ଚାଲିଛି ‘କରୋନା’, ଓଡିଶାରେ ଜାରି ହେଲା ଆଡଭାଇଜରି

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବା ‘କରୋନୋ’ ଭାଇରସ୍ ଏବେ ଭାରତରେ ପ୍ରବେଶ କରିଛି । ମୁମ୍ବାଇର ୨ ଜଣ ବ୍ୟକ୍ତି କରୋନୋ ଭାଇରସ୍ ଫଳରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହାର ଆତଙ୍କ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । ଏନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ହସ୍ପିଟାଲକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଆଡଭାଇଜରି ଜାରି ହୋଇଛି । ‘କରୋନ’ ଭାଇରସ୍ ନେଇ ସତର୍କ ରହିବା ଓ ଚିହ୍ନଟ କରିବାକୁ ଭୁବନେଶ୍ୱର, ଝାରସୁଗୁଡା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ଏହା ସହ ପୂର୍ବତଟ ଓ ଦକ୍ଷିଣପୂର୍ବ ରେଳବାଇ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.