fbpx

ଦେଶକୁ ରାଷ୍ଟ୍ରପତିଙ୍କ ସମ୍ବୋଧନା, କହିଲେ- ‘ଆର୍ଥିକ ବିକାଶ ପାଇଁ ସମ୍ବିଧାନ ଅନୁସାରେ ଚାଲିବା ଜରୁରି’

ନୂଆଦିଲ୍ଲୀ,୨୫ ।୧: ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶକୁ ସମ୍ବୋଧିତ କରିଛନ୍ତି । ସମ୍ବୋଧନାରେ ଉଜ୍ଜଳ ଓ ଆୟୁଷ୍ମାନ ଯୋଜନା ଆଦି ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ‘ଦେଶର ଜନତା ଗଣତନ୍ତ୍ରକୁ ଚଳାନ୍ତି । ଜନକଲ୍ୟାଣ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଆୟୁଷ୍ମାନ ଯୋଜନା ଦ୍ୱାରା ଗରିବ ଲୋକ ବହୁ ଉପକୃତ ହେଉଛନ୍ତି । ଯୁବପିଢି ଠାରେ ନୂଆ ଭାରତର ଝଲକ ଦେଖିବାକୁ ମିଳିଛି । ଗଣତନ୍ତ୍ର ବିରୋଧୀ ଓ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ବାର୍ତ୍ତାକୁ ଆଜି ବି ପ୍ରଥମ ପ୍ରାସଙ୍ଗିକ ଦିଆଯାଇଛି ।’ ତେବେ ଆର୍ଥିକ ବିକାଶ ପାଇଁ ସମ୍ବିଧାନ ଅନୁସାରେ ଚାଲିବା ଜରୁରି । ଦେଶ ଏବେ ବିକାଶ ପଥରେ ଆଗଉଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

Get real time updates directly on you device, subscribe now.