ODISHATOP STORIES

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜବାନ ସହିଦ

ରାଜ୍ୟରେ ଦିନକୁ ଦିନ ମାଓବାଦି ହିଂସା ବଢ଼ିବାକୁ ଲାଗିଲାବେଳେ ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୁଣି ମାଓହିଂସା ଦେଖାଦେଇଛି। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି।

ଯବାନମାନେ ୨୦୬ କୋବ୍ରା ବାଟାଲିୟନରେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ଛତିଶଗଡ଼ର ପୁଶୱାଡ଼ାରେ ସୁରକ୍ଷାକର୍ମୀମାନେ ପାଟ୍ରୋଲିଂରେ ଯାଉଥିଲେ। ସୁକମା ଜିଲ୍ଲା ପୋଲାମପାଲି  ଥାନା ଅଞ୍ଚଳରେ ଏକ ପୋଲ ତଳେ ମାଓବାଦୀମାନେ ଖଞ୍ଜିଥିବା  ଏକ  ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣ ଘଟିବାରୁ କୋବ୍ରା ବାଟାଲିୟନର  ଜଣେ ସବ୍‌ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 ସୂଚନାଯୋଗ୍ୟ, ନିକଟରେ ରାୟଗଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସଞ୍ଜୟ ମାଝି ସହିଦ୍‌ ହୋଇଥିଲେ। କମ୍ବିଂ ଅପରେସନ୍ ବେଳେ ନିୟମଗିରି ପାଦ ଦେଶରେ ଥିବା ସକଟା ଗାଁ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସେ ପ୍ରାଣ ହରାଇଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close