ODISHATOP STORIES

ଓଲଟିଲା ପିକ୍ଅପ୍ ଭ୍ୟାନ୍ ୨ମୃତ, ୫ ଗୁରୁତର

ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିବ କାରଣରୁ ୨ ମୃତ ୫ ଜଣ ଆହତ ହୋଇଛନ୍ତି। ବାଲେଶ୍ୱର ଚାନ୍ଦିପୁର ଗୁଡୁପାହି ନିକଟ ନୂଆନଦୀରେ ପିକଅପ୍ ଭ୍ୟାନ୍  ଖସିପଡି ଏହି ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ହେଲେ ଗୁଡୁପାହିର ରବୀନ୍ଦ୍ର ହାଁସଦା ଓ ବାସୁଆ ହାଁସଦା। ଉଭୟ ଶ୍ରମିକ ଶ୍ରେଣୀର। ଗୁରୁତର ଆହତ ୫ ଶ୍ରମିକଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ସେହିପରି ଆଠଗଡ଼ ଥାନା ଅନ୍ତର୍ଗତ ଆଙ୍କୁଲା ପେଟ୍ରେଲ ପମ୍ପ ନିକଟରେ ଏକ ବିଦ୍ୟୁତଖୁଣ୍ଟ ସହ ଧକ୍କା ହୋଇ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଭାରସାମ୍ୟ ହରାଇ ଗାଡିଟି ବିଦ୍ୟୁତ ଖୁଣ୍ଟ ସହ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଦମକଳବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ବଙ୍ଗୋମୁଣ୍ଡା ଥାନାର ଅନ୍ଧରାବନ୍ଧ ନିକଟରେ ମଧ୍ୟ ଏକ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବୋଲେରୋ ଗଛରେ ପିଟି ହେବାରୁ ତିନି ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୋଲିସ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆହତ ମାନେ ବଙ୍ଗୋମୁଣ୍ଡାର ଛତ୍ରଙ୍ଗ ଗାଁରୁ କଳାହାଣ୍ଡିର ବିଶ୍ୱନାଥପୁରକୁ ଏକ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close