Uncategorized

ଜେଲ ଗଲେ ବିନୋଦ କୁମାର

ଓଆରଏଚଡିସି ଦୁର୍ନୀତି

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଓଡ଼ିଶା ଗ୍ରାମ୍ୟ ଗୃହନିର୍ମାଣ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ ଏହାର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ ଅଧିକାରୀ ବିନୋଦ କୁମାର ଭିଜିଲାନ୍ସ କୋର୍ଟରେ ଆତ୍ମସର୍ମପଣ କରିଛନ୍ତି । ଆତ୍ମସର୍ମପଣ ପରେ ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଇଏଏସ ବିନୋଦ କୁମାରଙ୍କ ନାମରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଯେଉଁ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ଏହା ଉପରେ ଚଳିତମାସ ଅର୍ଥାତ୍ ଅଗଷ୍ଟ ମାସ ୧୦ ତାରିଖ ଯାଏ ଓଡ଼ିଶା ହାଇକୋର୍ଟ ବିନୋଦ କୁମାରଙ୍କୁ ସାମୟିକ ଆଶ୍ୱସ୍ତି ଦେଇଥିଲେ । ଏହି ଅବଧି ଶେଷ ହେବା ପୂର୍ବରୁ ବିନୋଦ କୁମାର ଆତ୍ମସର୍ମପଣ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର (ଆଇଏଏସ), ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଓ ଚିତ୍ତରଂଜନ ମଲ୍ଲିକଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନାକୁ ଉଠାଇଦେବାକୁ ନିବେଦନ କରିଥିଲେ । ହାଇକୋର୍ଟ ୨ଟି ପର୍ଯ୍ୟାୟରେ ଅଗଷ୍ଟ ୧୦ ତାରିଖ ଯାଏ ବିନୋଦ କୁମାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଥିଲେ । ଶୁକ୍ରବାର ହାଇକୋର୍ଟଙ୍କଠାରୁ ମିଳିଥିବା ସୁରକ୍ଷା ଅବଧି ଶେଷ ହେବା ପରେ ଆଇଏଏସ ବିନୋଦ କୁମାର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଆତ୍ମସର୍ମପଣ କରିଥିଲେ । ପରେ ତାଙ୍କ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close