Uncategorized

ହାଡ଼ରେ ଚର୍ଚ୍ଚ

ବୋତଲ ବା ଅନ୍ୟ କିଛି ସାମଗ୍ରୀରେ ମନ୍ଦିର ବା ଚର୍ଚ୍ଚ କିମ୍ବା ପାଗୋଡ଼ା ହେବା କଥା ଆମେ ଶୁଣିଛେ, କିନ୍ତୁ ହାଡ଼ ଭଳି ଏକ ଅଛୁଁଆ ବସ୍ତୁରେ ଚର୍ଚ୍ଚହେବା କଥା ଶୁଣିଥିଲେ କି? ଏଭଳି ଏକ ଚର୍ଚ୍ଚ ରହିଛି ଚେକ୍ ଗଣରାଜ୍ୟରେ । ଏହି ଚର୍ଚ୍ଚକୁ ୪ହଜାର ଲୋକଙ୍କ ଅସ୍ଥିରେ ଖୁବ୍ ସୁନ୍ଦର ଭାବେ ଖଞ୍ଜାଯାଇ ନିର୍ମାଣ କରାଯାଇଛି, ଯାହାକି ବିଶ୍ୱାସଯୋଗ୍ୟ ନୁହେଁ । ଅସ୍ଥିଗୁଡ଼ିକରେ ଖୁବ୍ ସୁନ୍ଦରଭାବେ କାରୁକାର୍ଯ୍ୟ ହୋଇଛି । ଇତିହାସରୁ ଜଣାଯାଏ ପୂର୍ବରୁ ଏହି ସ୍ଥାନରେ କବରସ୍ତାନ ରହିଥିଲା । ସ୍ଥାନାଭାବରୁ ମୃତଦେହଗୁଡ଼ିକୁ ଏଠାରେ ପୋତାଯାଇ ପାରିନଥିଲା ।, ତେଣୁ କବର ଗୁଡ଼ିକରୁ ପୁରୁଣା କଙ୍କାଳକୁ ବାହାର କରି ଚର୍ଚ୍ଚ ନିର୍ମାଣ କରାଯାଇଥିଲା । ଏହି ଚର୍ଚ୍ଚଟି ଦି ଚର୍ଚ୍ଚ ଅଫ୍ ବୋନ୍ସ ନାମରେ ଖ୍ୟାତି ଲାଭ କରିଛି । ଏଠାକୁ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଲାଗେ ଏହାକୁ ଦେଖିବାକୁ ।

Show More

Related Articles

Leave a Reply

Your email address will not be published. Required fields are marked *

Close