Uncategorized

ଇମରାନଙ୍କୁ ମୋଦିଙ୍କ ବ୍ୟାଟ ଉପହାର

୧୮ରେ ଇମ୍ରାନ ନେଇପାରନ୍ତି ଶପଥ

ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ପୂର୍ବତନ କ୍ରିକେଟର ଇମ୍ରାନ୍ ଖାନ୍ଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବ୍ୟାଟ ଉପହାର ଆକାରରେ ପ୍ରଦାନ କରିଛନ୍ତି । ପାକିସ୍ତାନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଅଜୟ ବସାରିଆଙ୍କ ହାତରେ ମୋଦି ଏହି ବ୍ୟାଟ୍ ଇମ୍ରାନ୍ଙ୍କ ନିକଟକୁ ପଠାଇଛନ୍ତି । ଶ୍ରୀ ବସାରିଆ ଶୁକ୍ରବାର ସଂନ୍ଧ୍ୟାରେ ଇମ୍ରାନଙ୍କୁ ଭେଟି ଏହି ବ୍ୟାଟ ପ୍ରଦାନ କରିବା ସହ ମୋଦିଙ୍କ ଶୁଭେଚ୍ଛା ବିଷୟରେ ତାଙ୍କୁ ଅବଗତ କରାଇଛନ୍ତି । ଉଲ୍ଲେଖଯୋଗ୍ୟ ବିଷୟ ଏହି କି ଯେ, ପ୍ରଧାନମନ୍ତ୍ରୀ ମୋଦି ଇମ୍ରାନ୍ଙ୍କ ନିକଟକୁ ଯେଉଁ ବ୍ୟାଟ୍ ପଠାଇଛନ୍ତି ସେଥିରେ ସମସ୍ତ ଭାରତୀୟ କ୍ରିକେଟରଙ୍କ ସ୍ୱାକ୍ଷର ରହିଛି । ପ୍ରକାଶଯୋଗ୍ୟ, କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ ରାଜନୈତିକ ଦଳ ଗଢ଼ିବା ପରେ ଗତ ସାଧାରଣ ନିର୍ବାଚନରେ ତାଙ୍କ ଦଳ ପାକିସ୍ତାନ ତେହରିକ – ଏ – ଇନସାଫ (ପିଈଟି) ପାକିସ୍ତାନର ସବୁଠାରୁ ବଡ଼ ଦଳଭାବେ ଉଭା ହୋଇଥିଲେ । ଏହାପରେ ଇମ୍ରାନ ହିଁ ପାକିସ୍ତାନର ପରବର୍ତ୍ତି ରାଷ୍ଟ୍ରପତି ହେବେ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଇମ୍ରାନ ଚଳିତ ମାସ ୧୮ ତାରିଖରେ ପାକିସ୍ତାନର ପରବର୍ତ୍ତି ରାଷ୍ଟ୍ରପତିଭାବେ ଶପଥ ଗ୍ରହଣ କରିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।——————————-

Show More

Related Articles

Leave a Reply

Your email address will not be published. Required fields are marked *

Close