Uncategorized

ଯବାନଙ୍କ ମହାନତା

ପ୍ରସୂତୀଙ୍କୁ ୭କି.ମି କାନ୍ଧରେ ବୋହି ଡାକ୍ତରଖାନା ନେଲେ

ମାଲକାନଗିରି,୧୦ା୮, (ଓଡ଼ିଶା ଭାସ୍କର) : ପୁଣି ଜଣେ ପ୍ରସୂତୀଙ୍କ ପାଇଁ ଦେବଦୂତ ସାଜିଲେ ଯବାନ । ଯବାନଙ୍କର ଅଦମ୍ୟ ବିରତ୍ୱ ଏବଂ ଦୁଃସାହସିକତାର ପରିଚୟ ଦେଇ ପ୍ରସୂତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିବାରୁ ଉକ୍ତ ପ୍ରସୂତୀଜଣକ ଆଜି ବଞ୍ôଚପାରିଛନ୍ତି । ଏହି ଘଟଣା ମାଲକାନଗିରି-ଛତିଶଗଡ଼ ସୀମାନ୍ତ କୋଣ୍ଡାଗାଓଁ ଜିଲ୍ଲାରେ ଦେଖିବାକୁ ମିଳିଛି । ଯବାନଙ୍କ ଏହି କାର୍ଯ୍ୟନିଷ୍ଠା ଓ ଦେଶଭକ୍ତିକୁ ଚାରିଆଡ଼େ ପ୍ରଶଂସା କରାଯାଇଛି । ସୂଚନା ଯୋଗ୍ୟ ଯେ, ମାଓବାଦୀଙ୍କ ସହିଦ ସପ୍ତାହ ପରେ ଛତିଶଗଡ଼ରେ ଲଗାତାର ୩ ଦିନ ଧରି ଲାଲତାଣ୍ଡବ ଦେଖିବାକୁ ମିଳିଛି । ମାଓପ୍ରଭାବିତ ଅଞ୍ଚଳରେ ପୁଣିଥରେ କମ୍ବିଂ ଅପରେସନ ଆରମ୍ଭ ହୋଇଛି । ଶୁକ୍ରବାର ସକାଳେ କୋଣ୍ଡାଗାଓଁ ଜିଲ୍ଲା ଅର୍ନ୍ତଗତ ହାଡ଼ଲେ ଗାଁରେ ଥିବା ୪୧ ବାଟାଲିଅନ ଆଇଟିବିପି କ୍ୟାମ୍ପର ଯବାନ ଅପରେସନ ପାଇଁ ହରିଜନପଡ଼ା ଜଙ୍ଗଲକୁ ବାହାରିଥିଲେ । ଏହି ସମୟରେ ରୁକମଣି ବାଘେଲ ନାମକ ଜଣେ ଆଦିବାସୀ ମହିଳା ପ୍ରସବ ଯନ୍ତ୍ରଣା ନେଇ ଖବର ପାଇଥିଲେ । ପରେ ଯବାନମାନେ ଅପରେସନ ବନ୍ଦ କରି ଉକ୍ତ ମହିଳାଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଉଦ୍ୟମ କରିଥିଲେ । ରାସ୍ତାରେ ଲ୍ୟାଣ୍ଡମାଇନର ଭୟକୁ ବେଖାତିର କରି ଯବାନମାନେ ମହିଳାଙ୍କୁ ଭାରରେ ବୋହି ହାଡ଼ଲେ ଆଇଟିବିପି କ୍ୟାମ୍ପକୁ ଆଣିଥିଲେ । ସେନା ଡାକ୍ତର ଏହି ପ୍ରସୂତି ମହିଳାଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ପରେ ସେଠାରେ ମହିଳା ଜଣଙ୍କ ଏକ ସନ୍ତାନ ଜନ୍ମ ଦେଇଥିଲେ । ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଇଟିବିପି ଯବାନମାନେ ନିଜ ଆମ୍ବୁଲାନ୍ସରେ ମହିଳାଙ୍କୁ କୋଣ୍ଡାଗାଓଁ ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close