Uncategorized

ଜମ୍ମୁ କାଶ୍ମୀର ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି

  • ଶ୍ରୀନଗର : ଜଷ୍ଟିସ୍ ଗୀତା ମିତ୍ତଲ୍ ଶନିବାର ଜମ୍ମୁ-କଶ୍ମୀର ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଏନ୍.ଏନ୍. ଭୋରା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ରାଜ୍ୟପାଳଭବନରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଏହି ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶପଥ ପାଠ କରାଇବା ପରେ ରାଜ୍ୟପାଳ ଏନ୍ ଏନ୍ ଭୋରା ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଗୀତା ମିତ୍ତଲ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ଉଷା ଭୋରା, ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା, ଉମର ଅବଦୁଲ୍ଲା, ରାଜ୍ୟପାଳଙ୍କ ଉପଦେଷ୍ଟା, ଜମ୍ମୁ-କଶ୍ମୀର ହାଇକୋର୍ଟ ଓ ସୁପ୍ରିମକୋର୍ଟର ପୂର୍ବତନ ଓ କାର୍ଯ୍ୟରତ ବିଚାରପତି ପ୍ରମୁଖ ଉପସ୍ଥିତ ଥିଲେ । ଜଷ୍ଟିସ ଗୀତା ମିତ୍ତଲ୍ ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ।
Show More

Related Articles

Leave a Reply

Your email address will not be published. Required fields are marked *

Close