Uncategorized

ବଦଳାଇବାକୁ ପଡ଼ିପାରେ ଏସ୍ବିଆଇ କାର୍ଡ

ନୂଆଦିଲ୍ଲୀ : ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଗ୍ରାହକଙ୍କୁ ଖୁବ୍ଶୀଘ୍ର ନିଜ ଏଟିଏମ୍ କାର୍ଡ ବଦଳାଇବାକୁ ପଡ଼ିପାରେ । ଏସ୍ବିଆଇ ନିଜ ଅଫିସିଆଲ୍ ଟୁଇଟର ହ୍ୟାଣ୍ଡଲ୍ ଜରିଆରେ ଏନେଇ ସୂଚନା ଦେଇଛି । ଦିଆଯାଇଥିବା ସୂଚନା ଅନୁସାରେ, ଯେଉଁମାନଙ୍କ ପାଖରେ ପୁରୁଣା ମ୍ୟାଗ୍ନେଟିକ୍ ଡେବିଟ୍ କାର୍ଡ ଅଛି ସେମାନଙ୍କୁ ଏହାକୁ ବଦଳାଇବାକୁ ପଡ଼ିବ । ପୁରୁଣା କାର୍ଡ ବଦଳରେ ଗ୍ରାହକଙ୍କୁ ଇଏମ୍ବି ଚିପ୍ ବିଶିଷ୍ଟ ଡେବିଟ୍ କାର୍ଡ ପ୍ରଦାନ କରାଯିବ । ଏଥିପାଇଁ ବର୍ଷ ୨୦୧୮କୁ ଡେଡ୍ ଲାଇନ୍ ହିସାବରେ ରଖାଯାଇଛି । ଯଦି ଗ୍ରାହକ ଡେଡ୍ଲାଇନ୍ ପୂର୍ବରୁ ଏପରି ନ କରନ୍ତି ତେବେ ଡେଡ୍ଲାଇନ୍ ସମାପ୍ତ ହେବା ପରେ ସେ ଏଟିଏମ୍ରୁ କୌଣସି ଟ୍ରାନ୍ଜାକ୍ସନ କରିପାରିବେ ନାହିଁ । ଏଟିଏମ୍ ମେସିନ୍ ପୁରୁଣା କାର୍ଡକୁ ସ୍ୱୀକାର କରିବ ନାହିଁ ବୋଲି ଦର୍ଶାଯାଇଛି । ଏହି ଏଟିଏମ୍ କାର୍ଡକୁ କନଭର୍ସନ ପ୍ରୋସେସ୍ରେ କୌଣସି ଶୁଳ୍କ ନିଆଯିବ ନାହିଁ ବୋଲି ଏସ୍ବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରକାଶଯୋଗ୍ୟ, ଏସ୍ବିଆଇରେ ଅନ୍ୟ ୬ଟି ବ୍ୟାଙ୍କ ମର୍ଜ ହେବା ପରେ ଏସ୍ବିଆଇ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ଏହି ପଦକ୍ଷେପ ଦ୍ୱାରା ଅନେକ ଗ୍ରାହକ ପ୍ରଭାବିତ ହେବେ ବୋଲି କୁହାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close