NATIONALTOP STORIES

ରାଫେଲ୍ ଡିଲ୍, ବିମୁଦ୍ରାକରଣ ଯୋଗୁଁ ମୋଦି ଆଉ ଆଖିରେ ଆଖି ମିଶାଇ ପାରୁନାହାଁନ୍ତି : ରାହୁଲ୍

ଜୟପୁର : କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ ଶନିବାର ରାଜସ୍ଥାନରେ ପହଞ୍ଚି ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ସେ ରାଜଧାନୀ ଜୟପୁରରେ ୧୩ କି.ମି. ଏକ ରୋଡ୍ ସୋ’ରେ ସାମିଲ ହୋଇଥିଲେ । ଏହାପରେ ସ୍ଥାନୀୟ ରାମଲିଲା ମୈଦାନରେ ଆୟୋଜିତ କଂଗ୍ରେସ ପ୍ରତିନିଧି ମଣ୍ଡଳ ସମ୍ମିଳନୀରେ ଯୋଗଦେଇ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ । ରାଫେଲ୍ ଡିଲ୍, ବିମୁଦ୍ରାକରଣ, ଜିଏସ୍ଟି, କୃଷକଙ୍କ ସମସ୍ୟା, ବେରୋଜଗାର ସମସ୍ୟା ଯୋଗୁଁ ମୋଦି ଆଉ ଆଖିରେ ଆଖି ମିଶାଇ ପାରୁନାହାନ୍ତି ବୋଲି ରାହୁଲ୍ କହିଥିଲେ । କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ରାଜସ୍ଥାନ ଆସିଥିବା ରାହୁଲ୍ କହିଛନ୍ତି ଯେ, ଜିଏସ୍ଟି ଏବେ ଗବ୍ୱର ସିଂ ଟାକ୍ସରେ ପରିଣତ ହୋଇଛି । ଜିଏସ୍ଟି ନାମରେ ଭିନ୍ନ ଭିନ୍ନ ଟାକ୍ସ ନୀତୀ ଲାଗୁ ହୋଇଛି । କିନ୍ତୁ କଂଗ୍ରେସ ଶାସନକୁ ଫେରିଲେ ଦେଶରେ ଏକ ଲେଭେଲ୍ର ଟାକ୍ସ ନୀତି ଲାଗୁ କରାଯିବ ବୋଲି ସେ କହିଛନ୍ତି । ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରିବାକୁ କହିଥିବା ମୋଦି ଏବେ ଭ୍ରଷ୍ଟାଚାର ପ୍ରସଙ୍ଗରେ ଚୁପ୍ ରହୁଛନ୍ତି । ସେହିପରି ଯୁବବର୍ଗଙ୍କୁ ରୋଜଗାର ଦେବା ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ଭୁଲି ସାରିଲେଣି ବୋଲି ରାହୁଲ୍ କହିଛନ୍ତି । କୃଷକଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ମୋଦି ଚୁପ୍ କାହିଁକି ବୋଲି ରାହୁଲ୍ ପ୍ରଶ୍ନ କରିଛନ୍ତି । ଦେଶର ଯୁବବର୍ଗଙ୍କ ମୁଡ଼୍ ବଦଳି ସାରିଲାଣି । ରାଜସ୍ଥାନରେ କଂଗ୍ରେସର ରୋଡ୍ ସୋ’ ଏହାର ପ୍ରମାଣ ବୋଲି ରାହୁଲ୍ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close