NATIONALODISHATOP STORIES

ଦେଶର ଶ୍ରେଷ୍ଠ ବାସଯୋଗ୍ୟ ସହର ତାଲିକାର ୧୮ତମ ସ୍ଥାନ ରେ ଭୁବନେଶ୍ୱର

ନୂଆଦିଲ୍ଲୀ / ଭୁବନେଶ୍ୱର: ଭାରତ ସରକାରଙ୍କ ତରଫରୁ ସୋମବାର ଇଜ୍ ଅଫ୍ ଲିଭିଂ ସୂଚକାଙ୍କ ପ୍ରକାଶ କରାଯାଇଛି । ଏହି ତାଲିକା ଅନୁସାରେ ମହାରାଷ୍ଟ୍ରର ପୁନେ ଦେଶର ସବୁଠାରୁ ଉତ୍ତମ ବାସଯୋଗ୍ୟ ସହର ଅଟେ । ଏହି ତାଲିକାରେ ମହାରାଷ୍ଟ୍ରର ନବୀ ମୁମ୍ବାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଗ୍ରେଟର ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି । ୧୧୧ଟି ସହରକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ତାଲିକାରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ୬୫ତମ ସ୍ଥାନରେ ରହିଛି । ସେହିଭଳି ଦେଶର ଶ୍ରେଷ୍ଠ ସ୍ମାର୍ଟସିଟ୍ ହେବାକୁ ଯାଉଥିବା ଭୁବନେଶ୍ୱର ଏହି ତାଲିକାର ୧୮ତମ ସ୍ଥାନ ହାସଲ କରିଛି । ସହରୀ ବିକାଶ ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ଏହି ତାଲିକାର ଟପ୍-୧୦ ସହର ଗୁଡିକ ମଧ୍ୟରେ ତିରୁପତି, ଚଣ୍ଡିଗଡ, ଥାଣେ, ରାଇପୁର, ଇନ୍ଦୋର, ବିଜୟୱାଡା ଓ ଭୋପାଳ ସାମିଲ ରହିଛି । ସେହିଭଳି ବିଭିନ୍ନ ସଂସ୍ଥାଗତ ସୁବିଧା ଥିବା ଦେଶର ଶ୍ରେଷ୍ଠ ସହର ଗୁଡିକ ମଧ୍ୟରେ ନବୀ ମୁମ୍ବାଇ ଶୀର୍ଷ ସ୍ଥାନରେ ରହିଥିବା ବେଳେ ସାମାଜିକ ସୁବିଧା ଥିବା ଶ୍ରେଷ୍ଠ ସହରରେ ତିରୁପତି ଶୀର୍ଷରେ ରହିଛି । ଆର୍ଥିକ ସୁବିଧା ଥିବା ଶ୍ରେଷ୍ଠ ସହର ଭାବେ ଚଣ୍ଡଗଡ ଶୀର୍ଷରେ ରହିଥିବା ବେଳେ ଭିତ୍ତିଭୂମି ସୁରକ୍ଷା ରହିଥିବା ଶ୍ରେଷ୍ଠ ସହର ହେଉଛି ଗ୍ରେଟର ମୁମ୍ବାଇ ।

Show More

Related Articles

Leave a Reply

Your email address will not be published. Required fields are marked *

Close