ODISHAPOLITICSTOP STORIES

ଓଡ଼ିଶା ଓ ବାଜପେୟୀ

ଭୁବନେଶ୍ୱର,୧୬ ।୮(ଓଡ଼ିଶା ଭାସ୍କର): ମହାନ ରାଷ୍ଟ୍ରନାୟକ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଓଡ଼ିଶା ପ୍ରତି ଅବଦାନ କୌଣସି ପରିମାଣରେ ମଧ୍ୟ କମ୍ ନୁହେଁ । ସେ ମହାବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ହେଉ ଅବା ଭବିଷ୍ୟତର ଦାୟାଦଙ୍କ ପାଇଁ କୌଣସି ଜନକଲ୍ୟାଣକାରୀ ଯୋଜନା, ସର୍ବଦା ସେ ଦେବଦୂତ ପରି ଆସି ପହଞ୍ଚି ପାରିଛନ୍ତି ଅଗଣିତ ଓଡ଼ିଆଙ୍କ ପାଖରେ । ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ରାଜ୍ୟ ଯେତେବେଳେ ମହାବାତ୍ୟା ଭଳି ଏକ ପ୍ରାକୃତିକ ଦୁର୍ବିପାକରେ ସଂପୂର୍ଣ୍ଣ ରୂପେ ଧରାଶାୟୀ ହୋଇ ଯାଇଥିଲା ସେହି ସମୟରେ ବଦାନ୍ୟତାର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ଶ୍ରୀ ବାଜପେୟୀ । ମହାବାତ୍ୟାର ୭ ଦିନ ମଧ୍ୟରେ ଓଡ଼ିଶା ଗସ୍ତରେ ଆସି ସେ ରାଜ୍ୟ ପାଇଁ ୩୦୦ କୋଟିର ସହାୟତା ଘୋଷଣା କରିଥିଲେ । ରାଜ୍ୟବାସୀ ଏବେ ବି ଏକଥା ଭାବିଲେ ଦୁଇ ଠୋପା ଅଶ୍ରୁ ଝରିପଡେ ଆଖିରୁ । ଅନୁରୂପ ଭାବେ ଭବିଷ୍ୟତରେ କର୍ମନିଯୁକ୍ତି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଲବିକ କ୍ରାନ୍ତିକାରୀ ନିଷ୍ପତ୍ତି ନେବା ପରିପ୍ରେକ୍ଷୀରେ ସ୍ୱର୍ଗତଃ ବାଜପେୟୀ ଭେଟି ଦେଇଥିଲେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଓ ଭାରତୀୟ ତୈଳ ନିଗମ ବିଶୋଧନାଗାର ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ । ଏଥିରୁ ପ୍ରମାଣିତ ହୁଏ ସ୍ୱର୍ଗତ ବାଜପେୟୀ କେବଳ ଗୋଟିଏ ଅଞ୍ଚଳ ଭିତରେ ସୀମିତ ନ ରହି ସାମଗ୍ରୀକ ଭାବେ ରାଷ୍ଟ୍ରନିର୍ମାଣ ପାଇଁ ଚିରବ୍ରତୀ ଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close