CRICKETSPORTSTOP STORIES

ବିଜୟ ଦ୍ୱରଦେଶରେ ଭାରତ

ନଟିଂହୋମ୍,୨୧ା୮: ତୃତୀୟ ଟେଷ୍ଟ ରକ୍ଷା କରିବା ପାଇଁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ମାନଙ୍କ କଡା ସଂଘର୍ଷ ସତ୍ତେ୍ୱ ଭାରତ ବିଜୟ ଦ୍ୱାରଦେଶରେ ପହଞ୍ôଚଛି । ମ୍ୟାଚ୍ ବଞ୍ଚାଇବା ପାଇଁ ଜୋସ୍ ବଟଲରଙ୍କ ଶତକ ଓ ବେନ୍ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ ଇଂଲଣ୍ଡ ପାଇଁ ଯଥେଷ୍ଟ ହୋଇନାହିଁ । ଭାରତୀୟ ବୋଲରମାନଙ୍କ ଚତୁର ବୋଲିଂ ସହାୟତାରେ ଆଗନ୍ତୁକ ଦଳ ଏହି ଟେଷ୍ଟ ଜିତିବା ନେଇ ମାତ୍ର ଗୋଟିଏ ୱିକେଟ ଦୂରରେ ରହିଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୫୨୧ ରନ୍ର ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ୯ ୱିକେଟ ବିନିମୟରେ ୩୧୧ ରନ୍ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ବଟଲର ସର୍ବାଧିକ ୧୦୬ ରନ୍ କରିଥିବା ବେଳେ ଷ୍ଟୋକ୍ସ ୬୨ ରନ୍ର ମହତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ । ଭାରତ ତରଫରୁ ଜସପ୍ରିତ ବୁମରା ୫ଟି ୱିକେଟ ହାସଲ କରିଥିବା ବେଳେ ଈଶାନ୍ତ ଶର୍ମା ଦୁଇଟି ୱିକେଟ ନେଇଥିଲେ । ମହମ୍ମଦ ସାମୀ ଓ ହାର୍ଦ୍ଦିକ ପାଣ୍ଡୟାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close