fbpx

ଲକ୍ଷାଧିକ ଟଙ୍କାର ଚୋରାକାଠ ଜବତ , ଜଣେ ଗିରଫ

ବାରିପଦା, ୩ା୨(ଓଡ଼ିଶା ଭାସ୍କର): ବାରିପଦା ବନବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଓ ପଟା ଜବତ । ତେବେ ଦୈନିକ ଏ ଜିଲ୍ଲାରୁ ପୋଡ଼ାଶୀ ଜିଲ୍ଲା ଏବଂ ରାଜ୍ୟକୁ ଟ୍ରିପ ଟ୍ରିପ ମୂଲ୍ୟବାନ କାଠ ଚୋରା ଚାଲାଣ ହେଉଥିବା ବେଳେ ଗତକାଲି ରାତିରେ ଧମାକା ଦେଖାଇଛି ବନବିଭାଗ । ହେଲେ ଅନ୍ୟ ସବୁ ଖସିଯିବା ପଛରେ କଣ ରହିଛି ରହସ୍ୟ ତାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଯାହା ସଂପୃକ୍ତଙ୍କର ସ୍ୱଚ୍ଛତା, ସାଧୁତା ଏବଂ ଦକ୍ଷତା ପ୍ରତି ସନ୍ଦେହ ପ୍ରକଟ କରି ହେଉଛି ଆଲୋଚନା । ତେବେ କୌଣସି ସୂତ୍ରରୁ ଖବରପାଇ ଗତକାଲି ରାତିରେ ବାରିପଦା ସହର ନିକଟ ମହୁଳିଆ ଠାରେ ଥିବା ଏକ ବନ୍ଦ ପଡିଥିବା କୁକୁଡ଼ା ଫାର୍ମରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ କରିଛି ବନବିଭାଗ । ଖବର ଅନୁସାରେ, ଦୀର୍ଘଦିନ ଧରି ବନ୍ଦ ଥିବା ଏକ କୁକୁଡ଼ା ଫାର୍ମରେ ଚୋରାକାଠ ବେପାର ଚାଲିଥିବାର ସୂଚନା ପାଇ ଆଜି ଚଢ଼ାଉ କରିଥିଲା ବନବୀ । ଏହି ଚଢ଼ାଉ ସମୟରେ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବହୁ ମୂଲ୍ୟବାନ କାଠ ଜବତ କରାଯିବା ସହ ସେଠାରେ କାମ କରୁଥିବା କର୍ମଚାରୀ ଚାନ୍ଦ ମହମ୍ମଦ ମଲିକକୁ ଗିରଫ କରିବାରେ ସଫଳ ହୋଇଛି ବନବିଭାଗ । ତେବେ ବନ୍ଦ ରହିଥିବା ଏହି କୁକୁଡ଼ା ଫାର୍ମ ତଥା ଗୋଦାମର ମାଲିକ ଫେରାର ହୋଇଯାଇଥିବାରୁ ତାଙ୍କୁ ଗିରଫ କରିବାରେ ବିଫଳ ହୋଇଛି ବନବିଭାଗ ।

Get real time updates directly on you device, subscribe now.