fbpx

ହେରିଟେଜ କରିଡ଼ର ବୈଠକକୁ ବର୍ଜନ କଲେ ସେବାୟତ

ପୁରୀ, ୩ା୨(ଓଡ଼ିଶା ଭାସ୍କର): ଆସନ୍ତାକାଲି ଭୁବନେଶ୍ୱର ଓବିସିସି ସମ୍ମିଳନୀ କକ୍ଷରେ ଶ୍ରୀଜଗନ୍ନାଥ ହେରିଟେଜ କରିଡ଼ର ପ୍ଲାନର ଚୂଡ଼ାନ୍ତ ଚିଠା ପ୍ରସ୍ତୁତି ବୈଠକ ଥିବା ବେଳେ ଏହାକୁ ବର୍ଜନ କରିଛନ୍ତି ସେବାୟତ । ଆସନ୍ତାକାଲି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକକୁ ସେବାୟତମାନେ ବର୍ଜନ କରିଥିବା ସୂଚନା ମିଳିଛି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ଲିଖିତ ଭାବେ ଜଣାଇଛନ୍ତି ପରିଚାଳନା କମିଟି ସଦସ୍ୟ । ବୈଠକକୁ ପରିଚାଳନା କମିଟି ସମସ୍ତ ସଦସ୍ୟଙ୍କୁ ଡକାନଯାଇଥିବା ନେଇ ଅସନ୍ତୋଷ ଦେଖାଦେଇଥିଲା । ପାଞ୍ଚ ଜଣ ସେବାୟତ ସଦସ୍ୟଙ୍କ ମଧ୍ୟରୁ ୩ଜଣଙ୍କୁ ଡ଼କାଯାଇଥିବା ବେଳେ ଅନ୍ୟ ୨ଜଣଙ୍କୁ ବାଦ୍ ଦିଆଯାଇଥିବାରୁ ଅସେନ୍ତାଷ ଦେଖାଦେଇଥିଲା ।

Get real time updates directly on you device, subscribe now.