fbpx

ପୁଣି ବଢିବ ବିଦ୍ୟୁତ୍ ଦେୟ !

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ବିଦ୍ୟୁତ ଦର ନିର୍ଦ୍ଧାରଣ ନେଇ ଓଇଆରସିରେ ଶୁଣାଣି ଜାରି ରହିଛି । ଦ୍ୱିତୀୟ ଦିନରେ ନିଜର ପକ୍ଷ ରହିଛି ଓପିଜିସି । ୟୁନିଟ୍ ପିଛା ଦର ଦେଢ ଟଙ୍କାରୁ ୧.୫୪ ଟଙ୍କାକୁ ବୃଦ୍ଧା କରିବାକୁ ଓପିଜିସି ପ୍ରସ୍ତାବ ଦେଇଛି । ବିଭିନ୍ନ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଦର ବୃଦ୍ଧି ପ୍ରସ୍ତାବ ଦିଆଯାଇଛି । ଅନ୍ୟପଟେ ଦର ବୃଦ୍ଧି ପ୍ରସ୍ତାବକୁ ବିରୋଧ କରିଛି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ । ତେବେ ଓଇଆରସିର ଶୁଣାଣି ଆସନ୍ତା ୧୪ ତାରିଖ ଚାଲିବ । ଶୁଣାଣି ପରେ ଦର ବଢିବ କି ନାହିଁ, ସେନେଇ ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.