NATIONALTOP STORIES

ସାମ୍ବାଦିକା ଙ୍କୁ ଗଳା କାଟି ହତ୍ୟା

ଢାକା, ୩୦୮: ଲୋକମାନଙ୍କ ପାଖରେ ଖବର ପହଞ୍ଚାଉଥିବା ଜଣେ ସାମ୍ବାଦିକାଙ୍କର ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ସାମ୍ବାଦିକା ଜଣକ ହେଉଛନ୍ତି ବାଙ୍ଗଲାଦେଶର ସୁବର୍ଣ୍ଣା ନୌଦି । ସେ ସ୍ଥାନୀୟ ଏକ ନ୍ୟୁଜ୍‌ ଚ୍ୟାନେଲରେ କାମ କରୁଥିଲେ । ଗତକାଲି ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘର ଭିତରକୁ ଜବରଦସ୍ତି ପଶି ଆକ୍ରମଣ କରିଥିଲେ ସୁବର୍ଣ୍ଣାଙ୍କୁ । ପରେ ସ୍ଥାନୀୟ ଲୋକମାନେ ସୁବର୍ଣ୍ଣାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ କିଏ ସଂପୃକ୍ତ ଅଛି ତାହା ଖୁବ୍ ଶୀଘ୍ର ଜଣାପଡିଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close