fbpx

ପାହାଡ଼ ଧସି ହୋଇ ଯୁବକ ମୃତ

ରାଉରକେଲା, ୬ା୨(ଓଡ଼ିଶା ଭାସ୍କର): ରାଉରକେଲାରେ ଚୂନପଥର ଖୋଳିବା ବେଳେ ଅଘଟଣ ଘଟିଛି । ପାହାଡ଼ ଧସି ହୋଇ ଏକ ଯୁବକଙ୍କ ମୃତ୍ୟୁ ଘଟିଛି । ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଗୁରୁତର ଭାବେ ଆହତ ହୋଇଥିବା ଜଣକ ହାତୀବାରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଚୂନପଥର ପାହାଡ଼ ଖୋଳିବା ବେଳେ ପାହାଡ଼ରୁ ଅତଡ଼ା ଧସି ହୋଇ ଏହିପରି ଅଘଟଣ ଘଟିଛି । ଉଲ୍ଲେଖଯୋଗ୍ୟ ଯେ ଚୂନପଥର ଖଣି ଅନେକ ବର୍ଷରୁ ବନ୍ଦ ପଡ଼ିଥିଲା ।

Get real time updates directly on you device, subscribe now.