ATHLETICSSPORTSPORTSTOP STORIES

ଏସିଆନ୍ ଗେମ୍ସ, ୧୪ତମ ଦିନରେ ଭାରତକୁ ୨ଟି ସ୍ଵର୍ଣ୍ଣ

ଜାକର୍ତା, ୧।୯: ଇଣ୍ଡୋନେସିଆର ଯାକର୍ତା ରେ ଚାଲିଥିବା ଏସିଆନ୍ ଗେମ୍ସ ରେ ଭାରତୀୟ କ୍ରୀଡାବିତ୍ ମାନେ ଦମଦାର ପ୍ରଦର୍ଶନ କରି ରଖିଛନ୍ତି। ଶନିବାର ଭାରତୀୟ କ୍ରୀଡାବିତ୍ ୨ ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

୪୯ କେଜି ବର୍ଗ ବକ୍ସିଂ ରେ ଭାରତର ଅମିତ୍ ପାନଘଲ୍ ଚମତ୍କାର ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ପୂର୍ବତନ ଅଲମ୍ପିକ୍ସ ଚମ୍ପିୟାନ ତଥା ଉଜବେକିସ୍ଥାନ ର ହସନବୌ ଦୁସ୍ମୋତଵ୍ ଙ୍କୁ ସେ ପରାସ୍ତ କରି ଏହି ପଦକ କୁ ହାସଲ କରିଛନ୍ତି।
ପ୍ରଣବ ବର୍ଦ୍ଧନ ଓ ଶିଭନାତ୍ ସରକାର ଙ୍କ ଯୋଡ଼ି ପୁରୁଷ ଯୁଗଳ ବର୍ଗ ବ୍ରିଜ ରେ ସ୍ଵର୍ଣ୍ଣ ପଦକ ହାତେଇ ଛନ୍ତି। ଫଳରେ ଏସିଆନ୍ ଗେମ୍ସ ୨୦୧୮ ରେ ଭାରତର ସ୍ଵର୍ଣ୍ଣ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close