CRICKETSPORTSPORTSTOP STORIES

ଏସିଆ କପ୍ ପାଇଁ ଭାରତୀୟ କ୍ରିକେଟ ଟିମ୍ ଘୋଷିତ: କୋହଲିଙ୍କୁ ବିଶ୍ରାମ, ରୋହିତ ଅଧିନାୟକ

ନୂଆଦିଲ୍ଲୀ, ୧ା୯ : ୟୁଏଇରେ ସେପ୍ଟେମ୍ବର ୧୫ରୁ ହେବାକୁ ଥିବା ଏସିଆ କପ୍ ପାଇଁ ଭାରତୀୟ କ୍ରିକେଟ୍ ଟିମ୍ ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ ୧୬ଜଣିଆ ଟିମ୍ ଘୋଷିତ ହୋଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ୍ ଟିମ୍ର ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଏହି ଟୁର୍ଣ୍ଣାମେଣ୍ଟରେ ସମ୍ପୂର୍ଣ୍ଣଭାବେ ରୋହିତ ଶର୍ମା ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏସିଆ କପ୍ ପାଇଁ ଶିଖର ଧୱନ୍ଙ୍କୁ ଉପଅଧିନାୟକ କରାଯାଇଛି । ଏହାସହ ନୂଆ ମୁହଁ ଭାବେ ଖଲିଲ୍ ଅହମ୍ମଦଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଆଇପିଏଲ୍ରେ ତାଙ୍କ ପ୍ରଦର୍ଶନ ଆଧାରରେ ତାଙ୍କ ଚୟନ କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ସେହିପରି ଅମ୍ବାତି ରାଇଡୁ ଏବଂ କେଦାର ଯାଦବଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ମନୀଷ ପାଣ୍ଡେ ଓ ଅକ୍ଷର ପଟେଲ୍ ଦଳରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି । ଏସିଆ କପ୍ରେ ଭାରତ ବ୍ୟତିତ ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ଥାନ ଭାଗ ନେବେ ।

ଭାରତୀୟ ଟିମ୍: ରୋହିତ୍ ଶର୍ମା (ଅଧିନାୟକ), ଶିଖର ଧୱନ୍ (ଉପଅଧିନାୟକ), କେଏଲ୍ ରାହୁଲ୍, ଅମ୍ବାତି ରାଇଡ଼ୁ, ମନୀଷ୍ ପାଣ୍ଡେ, କେଦାର ଯାଦବ, ଏମ୍ଏସ୍ ଧୋନୀ, ଦିନେଶ୍ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, କୁଲ୍ଦୀପ ଯାଦବ, ଭୁବନେଶ୍ୱର କୁମାର, ଜସପ୍ରିତ୍ ବୁମ୍ରା, ଶ୍ରର୍ଦ୍ଦାଳ ଠାକୁର, ଖଲୀଲ୍ ଅହମ୍ମଦ୍ ।

Show More

Related Articles

Leave a Reply

Your email address will not be published. Required fields are marked *

Close