LOCAL NEWSNEW SPECIAL STORIESNEWSODISHASOCIETYTOP STORIES

ସ୍ୱପ୍ନରେ ରହିଯାଇଛି ବିଦ୍ୟୁତ୍ ଆଲୋକ, ଏବେ ବି ଅପହଞ୍ଚ

ଘଟଗାଁ, ୪।୯(ଓଡ଼ିଶା ଭାସ୍କର): ଘରେ ଘରେ ବିଜୁଳି ଆଲୁଅ ଜଳିବ-ଏମିତି କିଛି ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା ମାନ ପ୍ରଣୟନ କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଆଜିବି ଏମିତି କିଛି ଗାଁ ରହିଛି ଯେଉଁଠି ବିଜୁଳି ଆଲୁଅ ସାତ ସପନ ହୋଇଛି । ଆହୁରୀ ମଧ୍ୟ ବିଭାଗୀଅ ଅଧିକାରୀ ମାନଙ୍କ କଥା ଶୁଣିଲେ ଭବିଷ୍ୟତରେ ଏଠାକୁ ବିଜୁଳି ପହଁଚିବାର ଆଶା ମଧ୍ୟ ଖୁବ୍ କମ ବୋଲି ଜଣା ପଡେ ।

ସୂଚନା ଅନୁଯାୟୀ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବାଲିପୋଖରୀ ପଂଚାୟତର ରଜାବନ୍ଧସାହରେ । ଏଠାରେ ବସବାସ କରୁଥିବା ୫୦ମୁଣ୍ଡା ସମ୍ପ୍ରଦାୟର ଲୋକଙ୍କର ବିଜୁଳି ଆଲୁଅ ଦେଖିବାର ସ୍ୱପ୍ନ ଏବେ ସ୍ୱପ୍ନରେ ରହିଯାଇଛି । ଏହି ରଜାବନ୍ଧସାହୀକୁ ଛାଡିଦେଲେ ପଂଚାୟତର ଅନ୍ୟସବୁ ଗାଁରେ ବିଜୁଳି ସଂଯୋଗୀ କରଣ ହୋଇ ସାରିଛି କିନ୍ତୂୁ ଏହି ୫୦ପରିବାର ଆଜିବି ଅଭିସପ୍ତ ଜୀବନ ବିତାଉଛନ୍ତି । ବଣ ପାହାଡକୁ ଗାଁଟି ଲାଗି ରହିଥିବାରୁ ଅନେକ ସମୟରେ ଗାଁ ଭିତରକୁ ଜଙ୍ଗଲ ଜନ୍ତୁ ପଶି ଆସି ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ସ୍ଥାନୀୟ ଛାତ୍ର ଛାତ୍ରୀ ରାତିରେ ପାଠ ପଢିବା ପାଇଁ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି । ଆଜିବି ଏହି ଗାଁରେ ସକାଳ ହେବା ମାତ୍ରେ ଗାଁ ଦାଣ୍ଡରେ ରେଡିଓ ଟିଏ ବଜାଇ ଲୋକେ ରୁଣ୍ଡି ହୋଇଯାନ୍ତି । ରାଜିବ ଗାନ୍ଧି ବିଦ୍ୟୁତ କରଣ ଯୋଜନାରେ ଦୁଇ ଦୁଇ ଥର ସର୍ଭେ ଟିମ୍ ଆସି ଏହି ଗାଁକୁ ଯାଇ ସର୍ଭେ କରି ଫେରିଲେଣି ହେଲେ କୌଣସି ଫଳ ମିଳୁନି । ସ୍ଥାନୀୟ ଲୋକ ପ୍ରତିନିଧି ଓ ବିଭାଗିୟ ଅଧିକାରୀ ମାନଙ୍କ କହିବା ଅନୁଯାୟୀ ଗାଁକୁ ବିଜୁଳି ନପହଁଚିର ମୁଖ୍ୟ କାରଣ ଗାଁର ଗୋଟିଏ ପାର୍ଶ୍ୱରେ ରେଲୱେ ଲାଇନ ଯାଇଛି ଓ ଅନ୍ୟ ପାଶ୍ୱର୍ରେ ପାହାଡ । ଫଳରେ ଗାଁକୁ ବିଜୁଳି ଯାଇ ପାରୁନି ଓ ଗାଁ ଲୋକଙ୍କ ଆଲୁଅ ଦେଖିବାର ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ତେବେ ଆମ ପ୍ରତିନିଧି ଏହି ଗାଁର ବାସ୍ତବ ଘଟଣା ବିଷୟରେ ଘଟଗାଁ ବିଡିଓଙ୍କୁ ଜଣାଇବାରୁ ସେ ଖୁବ୍ ଶିଘ୍ର ଜିଲ୍ଲା ପ୍ରଶାସନ ସହ କଥା ହୋଇ ସୋଲାର ଲାଇଟ ର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ବଣ ଜଙ୍ଗଲ ଘେରା ରଜାବନ୍ଧସାହିର ଏହି ମୁଣ୍ଡା ସର୍ମ୍ପଦାୟ ଲୋକଙ୍କ ଦୁଃଖ କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close