LOCAL NEWSNEWSODISHATOP STORIES

ନିଆଁଲାଗି ପୋଡ଼ିଗଲା ଟ୍ରକ

କାଳିଆପାଣି, ୪ା୯ (ଓଡ଼ିଶା ଭାସ୍କର): କାଳିଆପାଣି ଥାନା ଅନ୍ତର୍ଗତ କଲରଙ୍ଗୀ ଢାବା ଛକ ନିକଟରେ ଏକ ବାର ଚକିଆ ଟ୍ରକରେ ନିଆଁ ଲାଗି ପୋଡ଼ିଯାଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଘଟଣା ରୁ ପ୍ରକାଶ ଯେ, କଲରଙ୍ଗୀ ଗ୍ରାମର ବିମ୍ବାଧର ଭଞ୍ଜ ନିଜ ବାରଚକିଆ ଟ୍ରକ ଓଡ଼ି-୦୪ଇ- ୦୨୭୫ କୁ ନିଜ ଢାବା ପଛପଟରେ ରଖାଯାଇଥିଲା । ଗତ ୩ ତାରିଖ ଦିନ ସକାଳ ୭.୩୦ ମିନିଟରେ ଟ୍ରକ ଟିରେ ନିଆଁ ଲାଗିଥିବା ଖବର ପାଇ ବିମ୍ବାଧର ଙ୍କ ପୁଅ ମାନସ ଭଞ୍ଜ ଘଟଣାସ୍ଥଳରେ ପହଁଛି ଗାଡ଼ିରେ ନିଆ ଜଳୁଥିବା ଦେଖି ସଙ୍ଗେସଙ୍ଗେ ଟାଟା ଦମକଳକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ନିଆଁକୁ ଆୟତ କରିବା ବେଳକୁ ଗାଡ଼ିର ଆର୍ଦ୍ଧାଧିକ ଅଂଶ ପୋଡ଼ିଯାଇଥିଲା । ଏନେଇ କାଳିଆପାଣି ଥାନା ରେ ମାନସ ଭଞ୍ଜ କୌଣସି କାରଣ ବସତ ନିଆଁ ଲାଗି ପୋଡ଼ିଥିବା ଅଭିଯୋଗ କରିଥିବା ଜଣାପଡ଼ିଛି । ଏନେଇ କାଳିଆପାଣି ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ତଦନ୍ତ କରୁଥିବା ଜଣାପଡ଼ିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close